IAS officer Raj
IAS officer Raj Badanayak 🚧🙋💁🤷🌹
📷 🤳
I'm most eligible bachelor of my area.✍️
*IAS officer Raj ch B nayak.✍️
*Made for bright future education.✍️
*Higher education M.A + PhD.✍️
*My life my dream successfully done.✍️
*I'm zegi boy.✍️
*I like 💕 with friendship.✍️
*My life is a happyness all days.✍️
*My dream successlity for dutyfull done.✍️
*Life is a study study is a life.✍️
*I don't like don't talk nonsense.✍️
*I don't like over 💕 society.✍️
*I want my life happyness family.✍️
*I want my life best friend need for me.✍️
Do you want cantact for me.✍️ 9861964119,7684056041,7894788108,8260215691,
Thank you for..........✍️
କୃତଜ୍ଞତା
ବିଦ୍ୟାଳୟରେ ସାହିତ୍ୟ ଅଧ୍ୟୟନ କାଳରୁ ସାହିତ୍ୟ ପ୍ରତି ମୋର ଶ୍ରଦ୍ଧା ଓ ଅନୁସରଣ ରହି ଆସିଛି 2022ରେ ଆଦିବାସୀ ଗୋଷ୍ଠୀ କେନ୍ଦ୍ର ଭାବେ ମାଲକାନଗିରି ଜିଲ୍ଲାର ଅବସ୍ଥାନ ଗୋବିନ୍ଦପାଲ୍ଲୀ ଠାରେ କରିବା ଫୋଳରେ ଏହି ଜିଲ୍ଲାର ଆଦିମ ଜନଗୋଷ୍ଟିଙ୍କ ସହ ଅତ୍ମୀୟତା ଓ ଏମାନଙ୍କ ସଂସ୍କୃତି ପ୍ରତି ଶ୍ରଦ୍ଧା ବଡ଼ିବାରେ ଲାଗିଲା /ଏମାନଙ୍କ ସହ ମୋର ଦୀର୍ଘଦିନ ଏକତ୍ର ସହବସ୍ଥାନ ହେତୁ ଆଦିବାସୀଙ୍କ ପର୍ବପର୍ବାଣି, ନୃତ୍ୟ, ଗୀତ ଓ ସୁଖ ଦୁଃଖରେ ଅଂଶ ଗ୍ରହଣ କରିବାରେ ସୁଯୋଗ ପାଇଲି / ଏମାନଙ୍କର ସଂସ୍କୃତିର ବିଭିନ୍ନ ଅନାଲୋଚିତ ଦିଗର ଅଧ୍ୟୟନ ନିମନ୍ତେ ମୁଁ ଚନ୍ଧିତ ହେଲି ସେହିଦିନରୁ ମୁଁ ଆଦିମ ଜନଗୋଷ୍ଟିଙ୍କ ସଂସ୍କୃତିର ବିପୁଳ ଗନ୍ତାଘର ମୂଲ୍ୟବାନ ସମ୍ପଦ୍ଦକୁ ସଠିକ ଭାବେ ଚିହ୍ନିଚିହ୍ନାଇବାର ମୁଁ ପ୍ରୟାସ କରିଛି /
ସର୍ବପ୍ରଥମେ ମାଲକାନଗିରିର ଆଦିବାସୀ ସଂସ୍କୃତି ସମ୍ପର୍କରେ ଅଧ୍ୟୟନ ନିମନ୍ତେ ମୋର ପରମପୂଜ୍ୟ ଗୁରୁଦେବ ଗୁରୁ ହନ୍ତାଲ ମହୋଦ ୟଙ୍କ ପ୍ରେରଣା ପରାମର୍ଶ ଓ ଆଶୀର୍ବାଦ ଏହି ଗ୍ରନ୍ଥ ରଚନାରେ ବିଶେଷ ସହାୟକ ହୋଇଥିବାରୁ ସର୍ବାଗ୍ରେ ତାଙ୍କ ନିକଟରେ କୃତଜ୍ଞ ଓ ଚିରଋଣୀ /
ଅନ୍ୟଯେଉଁ ବିଦ୍ୱାନମାନଙ୍କ ସାହାଯ୍ୟ ଓ ସହାନୁଭୂତି ମୋର ସାଥ ହୋଇ ରଇଛି,ସେମାନେ ହେଲେ ହରିଶ ମୁଦୁଲି, ଘେନୁ ମୁଦୁଲି, ସୀତାରାମ ମୁଦୁଲି, ନୀଳକଣ୍ଟ କିର୍ଶାନି,ରାମଦାସ ବଡ଼ନାୟ , ନନ୍ଧ ବଡ଼ନାୟ , ବୁଦ୍ରା ବଡ଼ନାୟ , ଇତ୍ୟାଦି ପ୍ରମୁଖ ବ୍ୟକ୍ତିବିଶେଷ ଅଟନ୍ତି ମୋର ସାହିତ୍ୟିକ ବନ୍ଧୁ ଘେନୁ ବଡ଼ନାୟ , ଧ୍ରୁବଦାସ ବଡ଼ନାୟ ପ୍ରମୁଖ ,ଈଶ୍ବର ପାଇକ (କୋରାପୁଟ ) ପ୍ରମୁଖ , ଅମିତ ମଣ୍ଡଳ (ସୁନାବେଡା ) ପ୍ରମୁଖ ସୁଦୀପ୍ତ ମହାନ୍ତି (ନବରଙ୍ଗପୁର ) ପ୍ରମୁଖ , ପରାମର୍ଶ ଓ ଉତ୍ସାହ ଏହି ଗ୍ରନ୍ଥ ପ୍ରକାଶନ ପ୍ରଚ୍ଛନ୍ନ ରଇଥିବାରୁ ତାଙ୍କୁ ମୋର ଆର୍ଦ୍ଦିକ କୃତଜ୍ଞତା ଜଣାଉଛି /
ମୋର ପୂଜନୀୟ କଳା, ବର୍ଷିୟାନ କରି କବି ମୁଁ ନିଜେ ପ୍ରଚଣ୍ତ ପ୍ରତିଭା ଲେଖନୀ ମନ୍ତବ୍ୟ ପ୍ରେରଣା ଆଣି ଥିବାରୁ ଏଇ ଅବସରରେ ମୁଁ ନିଜକୁ ଧନ୍ୟମନ କରୁଛି / ଯେଉଁମାନେ ଏଇ ବହିଟିକୁ ପଢିବେ ମୋ ହୃଦୟର ଅନ୍ତର ସହ ଧନ୍ୟବାଦ ଜଣାଉଛି /
ମୋର ସହଧର୍ମିଣୀ ରତ୍ନାମଣୀ ମୁଦୁଲି , ବର୍ଷାରାଣୀ ମୁଦୁଲି, ଅଶୁମତି ମୁଦୁଲି , ଇଚ୍ଛା ପାଙ୍ଗି, ପୂଜା ହନ୍ତାଳ , ଭଗବତୀ କିର୍ଶନୀ , ଆଦିବାସୀ ସଂସ୍କୃତି ପ୍ରତି ଅନୁରାଗ ଓ ଏଇ ଗ୍ରନ୍ଥ ରଚନାରେ ସହଯୋଗ ପାଇଁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି / ଯେଉଁମାନଙ୍କ ସାହାଯ୍ୟ ଓ ସହଯୋଗ ବିନା ଏହି ଗ୍ରନ୍ଥଟିର ପରୀକଳ୍ପନା କରାଯାଇପାରିନଥାନ୍ତା, ସେମାନେ ହେଲେ ଅବିଭକ୍ତ ମାଲକାନଗିରି ଆଦିବାସୀ ଭାଈବଉଣୀମାନେ / ସେଇ ମୋର ପ୍ରିୟ ଅମୃତର ସାନ ବଡ଼ ଭାଈବଉଣୀମାନେ ଧନ୍ୟବାଦ ଅର୍ପଣ ଓ ସେମାନଙ୍କ ନିକଟରେ ମୁଁ ଋଣୀ ହୋଇ ରହିବି /
ମୋ ନିଜସ୍ୱ ମନରୁ ଏଇ ଚିନ୍ତାଧାରା ଆସିଥିବାରୁ ଏଇ ଗ୍ରନ୍ଥଟି ପ୍ରକାଶ କରିବାପାଇଁ ଦାୟିତ୍ୱ ବହନ କରି ଓଡ଼ିଶାର ବିଜ୍ଞ ପାଠକ ପାଠିକା ମାନଙ୍କ ନିକଟରେ ପଞ୍ଚାଇ ଥିବାରୁ , ମୁଁ ମୋ ଅନ୍ତରୁ ଧନ୍ୟ ମନ ଅର୍ପଣ କରୁଛି ନିଜସ୍ୱ ବ୍ୟକ୍ତିତ୍ୱ ଭଗବାନ ଜଗନ୍ନାଥନଙ୍କୁ ପ୍ରାର୍ଥନା କରୁଛି /
ମାଥିଲି
ମାଲକାନଗିରି Rch B
ମୁଖବନ୍ଧ
ଆଦିବାସୀମାନେ ଆମ ଦେଶର ସର୍ବପ୍ରାଚୀନ ଅଧିବାସୀ । ଅନାଦିକାଳରୁ ଏମାନେ ଗଞ୍ଚ ଜଙ୍ଗଲଗେରା ଘେରା ପାହାଡିଆ ଅଞ୍ଚଳରେ ବସବାସ କରି ଆସୁଛନ୍ତି । ଏହି ବନବାସୀଙ୍କ ଜୀବନ ବନାନୀ ପରି ସବୁଜ, କଳକଳ ପାହଡ଼ୀ ଝରଣା ପରି ଛନ୍ଦାୟିତ
ଓ ଆରଣ୍ୟକ ପକ୍ଷୀର କାକଳୀ ପରି ସଙ୍ଗୀତମୁଖର ।
ଭାରତରେ ପ୍ରାୟ ୪୭୦ଟି ଆଦିବାସୀ ସଂପ୍ରଦାୟର ଲୋକ ବାସ କରନ୍ତି ।
ସେଥି ମଧ୍ୟ୍ୟରୁ ୬୨ଟି ପ୍ରକାର ସଂପ୍ରଦାୟ ବର୍ତ୍ତମାନ ଓଡିଶାରେ ଥିବା ନିର୍ଦ୍ଧାରିତ । ଓଡିଶାର ଅନ୍ୟାନ୍ୟ ଜିଲ୍ଲାମାନଙ୍କ ଅପେକ୍ଷା ମାଲକାନଗିରି ଜିଲ୍ଲାରେ ଏହି ସଂପ୍ରଦାୟ ସଂଖ୍ୟା ସର୍ବାଧିକ ।
ଏଠାରେ 45 ପ୍ରକାର ଆଦିବାସୀ ସଂପ୍ରଦାୟ ବସବାସ କରନ୍ତି । ମାଲକାନଗିରି ଜିଲ୍ଲାର ସମୁଦାୟ ଜନସଂଖ୍ୟା 89414 ରୁ 45 ପ୍ରତିଶତରୁ ଅଧିକ ହେଉଛନ୍ତି ଆଦିବାସୀ । ଏମାନଙ୍କର ସ୍ୱତନ୍ତ୍ର ପରମ୍ପରିକ ସାମାଜିକ ଚଳଣି ଓ ସଂସ୍କୃତି ରହିଛି । ଏହି ଆଦିମ ଜନଗୋଷ୍ଠୀଙ୍କ ନିଜସ୍ଵଭାଷା, ନୃତ୍ୟ, ଗୀତ ଓ ବାଦ୍ୟ ଆଦି ଉତ୍କଳୀୟ ଲୋକ ସଂସ୍କୃତିର ବଳିଷ୍ଠ ବିଭବ । ଏମାନଙ୍କ କଳାତ୍ମକ ବିଭବମାନ ମୌଖିକ ପରମ୍ପରାରେ ହିଁ ଗତିଶୀଳ ଓ ବିକଶିତ । ଏମାନଙ୍କ ଦୈନନ୍ଦିନ ଜୀବନର ପ୍ରତିଟି ମୁହୁର୍ତ୍ତ ଯଥା ବିଲରେ ବିହନ ବୁଣିବା ଠାରୁ ଶସ୍ୟ ଅମଳ କରି ଘରକୁ ଆଣିବା ଓ ସନ୍ତାନଜନ୍ମଠାରୁ
ମୃତ୍ୟବ୍ୟକ୍ତିର ଦଶାହ ପର୍ଯ୍ୟନ୍ତ ପ୍ରତ୍ୟେକଟି ପର୍ଯ୍ୟାୟ ସଙ୍ଗୀତ ମୁଖର ନୃତ୍ୟଗୀତ ଆଦିବାସୀର ଅବସର ବିନୋଦନ ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା ଏମାନଙ୍କ ଜୀବନର ପ୍ରାଣସ୍ପନ୍ଦନ । ବସ୍ତୁତଃ କହିବାକୁ ଗଲେ, ନୃତ୍ୟ ଏମାନଙ୍କ ଜୀବନର ଛନ୍ଦ ଓ ସଙ୍ଗୀତ
ଏମାନଙ୍କ ଜୀବନର ସ୍ଵର । ମାନବ ସଭ୍ୟତାର ଏହି ସଂଗୋପିତ ଇତିହାସ, ଆଦିବାସୀ ସଂସ୍କୃତି ସମ୍ପର୍କରେ ବିଧିବଦ୍ଧ ଗବେଷଣା ହୋଇଛି ବୋଲି କହିବା ସମ୍ଭବ ନୁହେଁ । ଆଦିବାସୀ ମାନଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ଗବେଷଣା ଗ୍ରନ୍ଥ ପ୍ରସ୍ତୁତ କରିଥିବା ଗବେଷକଙ୍କ ସଂଖ୍ୟା ଓଡିଶାରେ ଅଙ୍ଗଳିମେୟ ମାତ୍ର । ସେମାନେ ପୁଣି ଓଡିଶାରେ କେବଳ ସ୍ଵଳ୍ପ କେତେକ ଆଦିବାସୀ ସମ୍ପ୍ରଦାୟଙ୍କ ନୃତ୍ୟସଙ୍ଗୀତ, ଭାଷା ସାହିତ୍ୟ ଓ ଧର୍ମଧାରା ସମ୍ପର୍କରେ ଆଲୋକପାତ କରିଥିବା ଦୃଷ୍ଟିଗୋଚର ହୁଏ /ଆଦିବାସୀ ମାନଙ୍କ ଜୀବନକୁ ଭିତ୍ତିକରି ନଦୀ ନାଳ, ପାହାଡ଼ ପର୍ବତ, ଜଙ୍ଗଲ ଝୋଲା, ବଣ ଜଙ୍ଗଲ ପରିବେଷ୍ଟିତ ସ୍ୱାଭିମାନ ଅଞ୍ଚଳରେ ବାସକରୁଥିବା ଆଦିବାସୀମାନଙ୍କ ସହ ଘନିଷ୍ଠ ସମ୍ପର୍କ ଏବଂ ଆତ୍ମୀୟତା ରକ୍ଷାକରି ନପାରିଲେ ଏ ପ୍ରକାର କାର୍ଯ୍ୟରେ ସିଦ୍ଧିଲାଭ କରିବା ଆଦୌ ସମ୍ଭବ ନୁହେଁ /ମୋର କର୍ମ ପରିସର ମଧ୍ୟ୍ୟରେ ଆଦିବାସୀ ଅଞ୍ଚଳ ଘୁରିବୁଲିବା ଯେହେତୁ ଏକ ଦୈନଦିନ କାର୍ଯ୍ୟ, ତେଣୁ ଏହି ଆଦିବାସୀ ଜନସମାଜ ସହିତ ମୋର ଅତ୍ମୀୟତା ଧୀରେ ଧୀରେ ବୃଦ୍ଧିଲାଭ କଲା /ଏହି ଗନିଷ୍ଠତାର ସୁଯୋଗ ନେଇ ମୁଁ ସେମାନଙ୍କ ଦୈନ
ଦିନ ଜୀବନଚର୍ଯ୍ୟା ସମ୍ପର୍କରେ ଅଧିକ ଜାଣିବା ପାଇଁ ଆଗ୍ରହୀ ହେଲି/ ଫଳରେ ବିଭିନ୍ନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଚଳଣି ସମ୍ପର୍କରେ କିଛି ପ୍ରବନ୍ଧ ଲେଖିବା ଆରମ୍ଭ କଲି / କିଛି ଆଦିବାସୀ ଅଞ୍ଚଳରେ କର୍ମ କ୍ଷେତ୍ର ଆଦିବାସୀ ଜନତା ସହିତ ଆତ୍ମୀୟତା ସେମାନଙ୍କ ଯିବବନ ଯାତ୍ରା ସମ୍ପର୍କରେ ଏମାନଙ୍କ ସଂସ୍କୃତିକୁ ଚିହ୍ନି ଓ ଚିହ୍ନେଇବା ମୋର ବଡ଼ ଲକ୍ଷ ଉପଲବ୍ଧି/ ଅବିଭକ୍ତ ମାଲକାନଗିରି ଜିଲ୍ଲାର ଆଦିବାସୀ ଗାଁ ମୋ ଗବେଷଣା ପରିଧିର ଅନ୍ତର୍ଭୁକ୍ତ / ମାଲକାନଗିରି ଅଞ୍ଚଳରେ ପ୍ରଚଳିତ ଆଦିବାସୀ ବାଦ୍ୟଯନ୍ତ୍ରଗୁଡିକୁ ସଂଗ୍ରହ କରି ସେଗୁଡିକ ଅନୁଦ୍ୟାନ ପାଇଁ ପ୍ରୟାସ କରିଛି ଆଲୋଚନାର ସୁଗମାତା ଦୃଷ୍ଟିରେ ଗ୍ରନ୍ଥଟିକୁ 4 ଟି ପରିଚ୍ଛେଦରେ ବିଭକ୍ତକରାଯାଇଛି/ପ୍ରଥମପରିଚ୍ଛେଦରେ ଆଦିବାସୀ ସଂସ୍କୃତି ଓ ବିଭବ , ସଂସ୍କୃତି କଣ ?, ଆଦିବାସୀ ସଂସ୍କୃତି ସ୍ୱରୂପ , ସମ୍ପର୍କରେ ଆଲୋକପାତ କରାଯାଇଛି /ଦ୍ଵିତୀୟରେ ମାଲକାନଗିରିର ଆଦିବାସୀ , ମାଲକାନଗିରିର ଭୌଗୋଳିକ ଅବସ୍ଥିତି , ଆଦିବାସୀଙ୍କ ପରିଚୟ , ସମ୍ପର୍କରେ ଉଲେଖ କରାଯାଇଛି / ତୃତୀୟ ପରିଚ୍ଛେଦରେ ମାଲକାନଗିରି ଜିଲ୍ଲାର ଆଦିବାସୀ ସଂସ୍କୃତି , ଭାଷା , ନୃତ୍ୟ , ଗୀତ , ବାଦ୍ୟ ପ୍ରମୁଖ ଭୂମିକା ଗ୍ରହଣ କରାଯାଇଛି / ଚତୁର୍ଥ ପରିଚ୍ଛେଦ ମାଲକାନଗିରି ଜିଲ୍ଲାର ଆଦିବାସୀ ସଂସ୍କୃତି , ବିବାହ , ପର୍ବପର୍ବାଣି , ପୂଜାପଦ୍ଧତି , ଜନ୍ମ ଓ ମୃତ୍ୟୁ ଜୀବିକା , ପୋଷାକ ପରିଚ୍ଛେଦ ସମ୍ବଦ୍ଧରେ ଉଲେଖ ନିଅ କରାଯାଇଛି/ ପରିସ୍ଥିତିକୁ ଆଗାମୀ ଦିନପାଇଁ ଧରି ରଖିବାର ପ୍ରୟାସ ହୋଇ ପାରିଲେ ମୋର ଶ୍ରମ ସାର୍ଥକ ହେବ /
ମାଥିଲି
ମାଲକାନଗିରି
Rch B
ମାଲକାନଗିରି ଭୌଗୋଳିକ ଅବସ୍ଥିତି
ଆମ ଦେଶ ବିନ୍ନ ବିନ୍ନ ସଂସ୍କୃତି ବିନ୍ନ ବିନ୍ନ ପରମ୍ପରା ବିନ୍ନ ବିନ୍ନ ସଭ୍ୟତାର ଗନ୍ତାଘର ଏବଂ ଆମ ଉତ୍କଳ ପ୍ରଦେଶ ସାରାବିଶ୍ୱରେ ଗର୍ବିତ, କେବଳ ଏହି ମହାନ ସଂସ୍କୃତି, ସଭ୍ୟତା ଚାଲିଚଳଣି ଅବସ୍ଥିତି ଏଇ ମାଟିରେ ହୋଇଥିବା ଯାଗୁଁ, ତାହାରି ମାଧ୍ୟ୍ୟରେ ଅରଣ୍ୟ, ଜଳ, ଭାଷା, ପରମ୍ପରା, ଶିକ୍ଷା ସବୁରିଭରା ଆମ ଜିଲ୍ଲା ମାଲକାନଗିରି, ସୁନ୍ଦର ସବୁଜମାର ଅରଣ୍ୟ ଯାହା ସହ ବିଭିନ୍ନ ଦର୍ଶନିୟସ୍ଥାନ ତା ସାଙ୍ଗକୁବିଭିନ୍ନ ଆଦିବାସୀ ମାନଙ୍କ ବିନ ବିନ ଚାଲିଚଳଣି, ବିନ ବିନ ଭାଷା ବିନ ବିନ ପରମ୍ପରା ଓ ସଭ୍ୟତା ଆମ ଦକ୍ଷିଣ ଓଡିଶାର ଏ ମାଲକାନଗିରି ମାଟିକୁ ସମଗ୍ରଓଡ଼ିଶାରେଗର୍ବିତ କରାଏ ମାଲିକାମର୍ଦ୍ଧନଗିରି ରାଜା ମାଲିକାମର୍ଦ୍ଦ୍ୱନ ଦ୍ୱାରା ପ୍ରତିଶୀଷ୍ଠ ହୋଇଥିଲା ସେ ଜଣେ ସାହସୀ ଓ ବୀର ସାହାସିକ ଥିଲେ, ସେ ପରାସୀ ଓ ଗଲାକୁଣ୍ଡ ଶାସକ ମାନଙ୍କ ଠାରୁ ଏ ସ୍ଥାନକୁ ଜୟଲାଭ କରିଥିଲେ, ଇଂରେଜଶାସନ ସମୟରେ ଇଂରେଜୀ ମାନଙ୍କ ଦ୍ୱାରା ମାଲିକିକାମର୍ଦ୍ଧନଗିରି ପରିବର୍ତ୍ତନ ହୋଇ ମାଲକାନଗିରି ହୋଇଥିଲା, ପରବର୍ତ୍ତୀ କାଳ 1936 ମସିହା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ବେଳକୁ ମାଲକାନଗିରି ଜିଲ୍ଲା କୋରାପୁଟ ଜିଲ୍ଲାର ନବରଙ୍ଗପୁର ସଭଡିଭିଜନ ଅନ୍ତର୍ଗତ ଥିଲା ପରେ 1992 ମସିହା ଅକ୍ଟୋବର 2 ତାରିଖରେ ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଜିଲ୍ଳାରେ ମାନ୍ୟତା ପାଇଲା, ଆମ ଜିଲ୍ଲା ପୂର୍ବାଞ୍ଚଳଭାଗଟି ଗାଟି, ଉପତ୍ୟାକା ମାଳଭୂମିରେ ପରିପୂର୍ଣ୍ଣ, ସମ୍ପୂର୍ଣ୍ଣ ଭୌଗୋଳିକ କ୍ଷେତ୍ର ଫଳ 5751 ବର୍ଗକିଲମିଟରରେ ବିଶୃତ ଏବଂ 613192 ଜନସଂଖ୍ୟା, ତଥା 7 ଗୋଟି ବ୍ଲକ ପ୍ରାୟ 127 ଗ୍ରାମାଞ୍ଚଳ 2 ଗୋଟି ପୌରପରିଷଦ ଭୁବନ କୁ ନେଇ ଗଠିତ ଆମ ଜିଲ୍ଲା ମାଲକାନଗିରି, ପୌରପାଳିକା ନାମ କରଣକୁ ନେଇ ମତରଇଛି ସେଥି ମାଧ୍ୟ୍ୟରେ ରାମାୟଣ ବର୍ଣିତ କିମ୍ବଦନ୍ତୀ ରଇଥିବାରୁ ତାହାକୁ ମାଲ୍ୟବନ୍ତଗିରି ବା ମାଲକାନଗିରି କୁହାଯାଉଛି ଏଥିର ରହିଛି ଅପୂର୍ଵ ସୌନ୍ଦର୍ଯ୍ୟ 19ଗୋଟିୱାଡ଼କୁନେଇ ମାଲକାନଗିରି ପୌରପାଳିକା ଗଠନ ହୋଇଛି 1934 ମସିହା 15700 ଲୋକଙ୍କୁ ନେଇ ପୌରପରିଷଦ ଗଠନ ହୋଇଥିଲା ପରେ ଜନସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାପରେ ପୁଣି 24 ଫେବୃଆରୀ 2 ତାରିଖରେ ପୌରପାଳିକା ଭାବେ ପରିଗଣିତ ହୋଇଥିଲା, ମାଲକାନଗିରି ପୌରପାଳିକାର ଚତୁରପାର୍ଶରେ ସୁନ୍ଦର ପାହାଡ଼, ଜଙ୍ଗଲ ଗେରିରଛି, ସହରକୁ ଲାଗିରଇଛି ସତିଗୁଡା ଡ୍ୟାମ ଡ୍ୟାମରେ Ecotourism ପାର୍କ ନିର୍ମାଣ କରାଯାଇଛି, ଓଡ଼ିଶାର ସମସ୍ତ ଜିଲ୍ଲା ଓ ରାଜ୍ୟ ବାହାର ଲୋକପହଞ୍ଚି ଏହାର ସୌନ୍ଦର୍ଯ୍ୟ ଉପଭୋଗକରିଥାନ୍ତି, Children ପାର୍କ, ବିଜୁବାବୁ ପ୍ରତିମୂର୍ତ୍ତି ସହ ଏକସୁନ୍ଦର ଜଳାଷୟ ରିହିଛି ସହରରେ ଥିବା ମାଳିକେଶ୍ଵର ସର୍ବପୀଠ ପ୍ରସିଦ୍ଧ ଲାଭ କରିଛି, ଏଠାକାର କଳା, ସଂସ୍କୃତି ଅତିନିଆରା, ମାଲକାନଗିରି ପ୍ରତମେ ପଞ୍ଚାୟତ ଥିଲା 1990 ମସିହାରେ ବିବୁବାବୁ ସରକାର ଅମଳରେ ପୌରପରିଷଦ ଭାବେ ଗଠନ କରାଯାଇଥିଲା କିଛି ବର୍ଷପରେ ତାହାକୁ ମୁନିସିପାଲିଟି ମଧ୍ୟ୍ୟକରାଗଲା,ତାହା ସହ ଆମ ଏ ଜିଲ୍ଲାରେ ବହୁତ ଆଦିବାସୀମାନେ ବାସକରନ୍ତି, ବଣ୍ଡା, ଗଦବା, କନ୍ଦ, କୋୟା, ସଉରା, ଶୁଙ୍କି, ସାନ୍ତାଳ, ମୁଣ୍ଡା କାଲିଶ, କୋଲା, ପରି ଅନେକ ଆଦିବାସୀମାନଙ୍କ ବସ୍ଥଳୀ, 2021 ଜନଗଣନା ଅନୁସାରେ ପ୍ରାୟ 12 ହଜାର ବଣ୍ଡା ସମ୍ପ୍ରଦାୟ ବର୍ତମାନରଇଛନ୍ତି, ଆମ ମାଲକାନଗିରିଜିଲ୍ଲା ଦୁଇଗୋଟି ବିଧାନସଭା ଆସନକୁ ନେଇ ଗଠିତ, ଚିତ୍ରକୋଣ୍ଡା ଓ ମାଲକାନଗିରି
ଆମ ଜିଲ୍ଲା ମାଲକାନଗିରି, ଏତେସବୁପରମ୍ପରାଦର୍ଶନ୍ୟ ସ୍ଥାନ ମନ୍ଦିର, ସଂସ୍କୃତି ତାଇ ମଧ୍ୟ୍ୟ, ଶିକ୍ଷା କ୍ଷେତ୍ରରେ ମଧ୍ୟ୍ୟ ଆଗରେ ରହିଛି ଆମ ଜିଲ୍ଲା ମାଲକାନଗିରି ଜବାହର ନବଦୟ ବିଦ୍ୟାଳୟ ବିଜୁପଟ୍ଟନାୟକ ଡ଼ିଗ୍ରୀ college, ମାଲକାନଗିରି college, govt iti college, ଗୋପବନ୍ଧୁଆଞ୍ଚଳିକ ମହାବିଦ୍ୟାଳୟ, ଦାରୁ ଇନ ମେମ୍ବରିଆଲ college, ଏହିପରି ବହୁତ ଶିକ୍ଷା ଅନୁଷ୍ଠାନ ଅବସ୍ଥିତ, ସତରେ ବିନ୍ନ ବିନ୍ନ ଜଳବସତି ବିନ୍ନ ବିନ୍ନ ସଂସ୍କୃତି, ବିନ୍ନ ବିନ୍ନ ପରମ୍ପରା, ବହୁତ ଜଳବଣ୍ଡାର ଅନେକ ଦର୍ଶନ୍ୟ ସ୍ଥାନ, ବନ୍ୟାଞ୍ଚଳ, ସୁନ୍ଦର, ଜଳାଶୟ, ପର୍ବତ ଏବଂ ସବୁ କେବଳ ଗୋଟିଏ ଜିଲ୍ଲାରେ ଆମ ପାହିଁ ଅସମ୍ଭବ କିନ୍ତୁ ଇଶ୍ଵରଙ୍କ ସୃଷ୍ଟି ପ୍ରକୃତି କୌଣସି ଚମତ୍କାର ଠାରୁ କମ୍ ନେହେଁ
ସମ୍ପୂର୍ଣ୍ଣ ମାଲକାନଗିରି ଜିଲ୍ଲା ଉନ୍ନତ ପ୍ରସଙ୍ଗ ପାଇଁ ଆମ ଉତ୍କଳ ପ୍ରଦେଶ ଦର୍ବିତ /
ଆଦିବାସୀ ସଂସ୍କୃତିର ସ୍ୱରୂପ
ଆଦିବାସୀ ସଂସ୍କୃତି ଆଦିମ ମଣିଷର ମାନସିକ କଲାତ୍ମକ ଅବିଭିବ୍ୟକ୍ତି ଏଥିରେ ଯୁଗଯୁଗର ମାନବୀୟ ଚିନ୍ତାଚେତନା, ସୌନ୍ଦର୍ଯ୍ୟବିଳାସ ଆଦିକଳା ଓ ଶିଳ୍ପ ମାଧ୍ୟ୍ୟମରେ ସଂରକ୍ଷିତରଇଥାଏ
ଆମୋଦପ୍ରମୋଦ ଓ କଳାର ପୁନଃଉତ୍ପାଦନ ପ୍ରକ୍ରିୟାର ଏହା ରହିଥାଏ ସଞ୍ଜୀବିତ
ଆଦିବାସୀସଂସ୍କୃତି ମାନବଜୀବନର ଅଲିଖିତଇତିହାସ ନିରାକ୍ଷର ସମାଜରେ ଏହା ଅଲିଖିତ ବା ମୌଖିକ ପରମ୍ପରା ରୂପେକଳାତ୍ମକ ଅଭିରୁଚି ପ୍ରଥାପରମ୍ପରା ଆଦି ମଦ୍ୟରେ ବଞ୍ଚିରଇଥାଏ, ଏଥିରେ ଲୋକହୃଦୟର ମାର୍ମିକସ୍ୱର ଅନୁରଣିତ ଏହା ସ୍ୱତଃସ୍ପୁର୍ତ୍ତ ଭାବେ ହୃଦୟରୁ ହୃଦୟ ଗୋଟିଏ ପିଢ଼ିକୁ, ଅନ୍ୟ ଏକ ପିଢ଼ିକୁ ସଂରରଚିତ ଓ ଗତିଶୀଳ, ଆଶିକ୍ଷିତ ଓ ସରଳ ମଣିଷଙ୍କ ଆର୍ଥିକ, ସାମାଜିକ ଓ ଧର୍ମୀୟ ରୀତିନୀତି ସର୍ବପରି ସେମାନଙ୍କର ଜୀବନଚର୍ଯ୍ୟା ସହ ଯୋଗସୂତ୍ର ସ୍ଥାପନ କରି ମୌଖିକପରମ୍ପରା ରୂପେ ଆତ୍ମପ୍ରକାଶ କରିଥାଏ
ପୂର୍ବେସୂଚିତ ଯେ, ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଦିବାସୀ ସଂପ୍ରଦାୟ ନିଜସ୍ୱଭାଷାର ବିପୁଳସାହିତ୍ୟ ସଂମ୍ପଦ ଲୋକମୁଖରେ ପ୍ରଚଳିତ ଏଥିରେ ନିରକ୍ଷର ଆଦିବାସୀ ଦୈନାଦିନ, ରୀତିନୀତି, ଚାଲିଚଳଣି, ପ୍ରଥା ପରମ୍ପରା, ହସକାନ୍ଦ, ତଥା ସେମାନଙ୍କ ସରଳ ଜୀବନଚର୍ଯ୍ୟାର ନିଛକଚିତ୍ର ପ୍ରତିଫଳିତ, ଆଦିବାସୀ ମାନଙ୍କର ହୃଦୟରୁ ସ୍ୱତଃ ସ୍ପୁର୍ତ୍ତଭାବେ ବିକଶୀତ ଏହି ଜିଲ୍ଲାର ସାହିତ୍ୟ କେବଳପୁରୁଷକ୍ରମେ ଲୋକମୁଖରେ ବଞ୍ଚିରଇଆସିଛି, ଏହାକୁ ଅଲିଖିତ ବା ମୌଖିକସାହିତ୍ୟ
ଅଭିବ୍ୟକ୍ତିକଳା ବା ମୌଖିକପରମ୍ପରା ଭାବେ ଚିହ୍ନିତ କରାଯାଇଛି ଆଦିବାସୀସାହିତ୍ୟ, ଲୋକସାହିତ୍ୟ, ର ବଳିଷ୍ଠ ଓ ବୃହତମ ଅଂଗ ଆଦି ବା ଆଦିବାସୀଙ୍କ ଧର୍ମୀୟ ଓ ସାମାଜିକ ଜୀବନଯାପନ ଶୈଳୀର ନିଛକ ପ୍ରତିଛବି ହେହୁଛି ଏମାନଙ୍କ ଅଲିଖିତସାହିତ୍ୟ ଏହା ଲିଖିତରୂପ ବିନ୍ନା ହଜାର ହଜାର ବର୍ଷଧରି ଲୋକମୁଖରେ ବଞ୍ଚିରହି ଆସିଥିବାରୁ ଏହାକୁସାମାଜିକ ଓ ସାଂସ୍କୃତିକ ଉପାଦେୟତା ଅତ୍ୟନ୍ତ ମହତ୍ୱପୂର୍ଣ ସୃଷ୍ଟି ପ୍ରାରମ୍ଭରୁ ଏମାନଙ୍କ ସମାଜରେ ଯାହା ପ୍ରଚଳିତସେସବୁ
କେବଳ ମୌଖିକପରମ୍ପରାଭାବେ କେଉଁଆଦିମ କାଳରୁ ଏଯାବତ ଆଦିବାସୀଙ୍କ ପରମ୍ପରା ଓ ନୀତିନିୟମରୂପେ ପାଳିତ ହୋଇଆସୁଛି, ଏହିଦୂର ଅତୀତର ପ୍ରଥା ପରମ୍ପରା ରୀତିନୀତି ଓ ଚାଲିଚଳଣି ଆଜି ପରମ୍ପରା କ୍ରମେ ଗଢିଆସି ଗୀତ,କାହାଣୀ, ମିଥ୍, ଓ ଲୋକଉକ୍ତିର ସ୍ୱରୂପ ବହନ କରିଛି
ଏମାନଙ୍କ ମୌଖିକସାହିତ୍ୟର ସୃଷ୍ଟି ମୂଳରେ ରିହିଛି ଆଦିବାସୀ ମଣିଷର କାବ୍ୟ କବିତା ଭାବାବେଗ, ସୌନ୍ଦର୍ଯ୍ୟ ପିପାସା ଓ ସରଳ ଜୀବନଚାର୍ଯ୍ୟା
ମାଲକାନଗିରି ଆଦିବାସୀସାହିତ୍ୟର ମୁଖ୍ୟବିଭବମାନ ହେଲା ଗୀତ, କାହାଣୀ, କଥାନୀ, ମିଥ୍, ଓ ଲୋକଉକ୍ତି ତାସହିତ ଅନାଲଚିତ ଆଦିବାସୀସାହିତ୍ୟର ଏହି ଅମୁଲ୍ୟଉପାଦାନ କେତେକ ସ୍ୱକ୍ରିୟସଂଗ୍ରହକୁ ଭିତ୍ତିକରି ପ୍ରସ୍ତୁତି ପରିଚ୍ଛେଦରେ ଆଲଚନାକରିବାପାଇଁ ପ୍ରୟାସ କରାଯାହାଉଛି
ଆଦିବାସୀ ଜୀବନ ଓ ତାରକଲାତ୍ମକ ଅଭିରୁଛିରେ ମୁଖ୍ୟତଃ ପରିବାର, ସମାଜ, ଓ ପରିପର୍ଷିକ ମାଟି, ପାଣି, ପବନ, ଅଗ୍ନି, ପାହାଡ଼, ଜଙ୍ଗଲ, ପଶୁପକ୍ଷୀ, ଆଦି ଜୀବନ ଜୀବିକାର ନିୟମକ ଭାବରେ ପରିଗଣିତ
ଓଡିଶା ଏକ ଆଦିବାସୀ ବହୁଳରାଜ୍ୟ ସମଗ୍ରଭାରତ ବର୍ଷରେ ଆଦିବାସୀ ଜନସଂଖ୍ୟାଅନୁଯାୟୀ ଏହା ଦ୍ଵିତୀୟ ସ୍ଥାନ ଅଧିକାର କରେ ଓଡ଼ିଶାରେ 62 ପ୍ରକାର ଆଦିବାସୀ ବାସକରନ୍ତି
ଏମାନଙ୍କ ସଂଖ୍ୟା ପ୍ରାୟ 60 ଲକ୍ଷ ଓଡ଼ିଶାର ପ୍ରତ୍ୟକ ଜିଲ୍ଲାରେ ଊଣାଅଧିକ ଏମାନେ ଦେଖାଯାନ୍ତି ତେବେ ଦକ୍ଷିଣ ମାଳଅଞ୍ଚଳର ମାଲକାନଗିରି ଡଙ୍ଗର ଅଞ୍ଚଳରେ ଏମାନେ କେନ୍ଦ୍ରୀଭୂତ ମାଲକାନଗିରି ଆଦିବାସୀମାନଙ୍କ ମଧ୍ୟ୍ୟରେ କାନ୍ଦ, ସାନ୍ତାଳ, ସଉରା, କୋୟା, ଓ ଗଣ୍ଡ ସଂଖ୍ୟା ଗରିଷ୍ଠ ଗୋଷ୍ଠି,ସେହିପରିସଂଖ୍ୟାଲଘୁଆଦିବାସୀ ଶ୍ରେଣୀମଧ୍ୟ୍ୟରେ ବିରହର, ମାଙ୍କିଆ, ବଣ୍ଡା, ଡିଡାୟୀ, ଇତ୍ୟାଦି ଅନ୍ୟତମ ଏମାନେ କଥିତଭାଷା ବ୍ୟବହାର କରିଥାନ୍ତି
ଭାଷାବିତ୍ତିରେ ଏମାନଙ୍କୁ ମୁଖ୍ୟତଃ 2 ଭାଗରେଭିବିକ୍ତ କରାଯାଇଥାଏ ମୁଣ୍ଡାରୀ, ଓ ଦ୍ରାବିଡ଼ ମୁଣ୍ଡାରୀ ମାଧ୍ୟ୍ୟରେ ମୁଣ୍ଡା, ସଉରା, ଗଦବା, ରେମୋ, ପାରେଙ୍ଗା ଓ ଯୁଆଙ୍ଗ ଦେଖାଯାହାନ୍ତି, ସେହିପରି ଦ୍ରାବିଡ଼ ଆଦିବାସୀ ଭାଷା ବ୍ୟବହାର କରୁଥିବା ଆଦିବାସୀ ହେଲେ କନ୍ଦ, ଗଣ୍ଡ, ଇତ୍ୟାଦି ତେଣୁ ଗୋଟିଏ ଭାଷାବାସି ଆଦିବାସୀମାନଙ୍କ ମଧ୍ୟ୍ୟରେ ବ୍ୟବହାର ଢ଼ଙ୍ଗରେ ମଧ୍ୟ୍ୟ ପାର୍ଥକ୍ୟ ପାରିଲିକ୍ଷିତ ହୋଇଥାଏ, ମୁଣ୍ଡାରୀ ଭାଷାବାସି ମାନଙ୍କ ମାଧ୍ୟ୍ୟରେ ସାନ୍ତାଳୀ ବ୍ୟବହାର କରୁଥିବା ଜନଜାତିର ସଂଖ୍ୟା ସର୍ବାଧିକ ପ୍ରତ୍ୟକ ଗୋଷ୍ଠି ସ୍ୱତନ୍ତ୍ର ସାଂସ୍କୃତିକ ସଂକେତ ବହନ କରିଥାନ୍ତି, ଏହା ଦ୍ୱାରା କେତେକ ଗୋଷ୍ଠି ମାଧ୍ୟ୍ୟରେ ସଂହତି ରକ୍ଷାପାଇଥାଏ, ଓ ବିଭିନ୍ନ ଗୋଷ୍ଠିର ସ୍ୱାତନ୍ତ୍ର ଆକ୍ଷୁର୍ଣ ଏହିଥାଏ
ଆଦିବାସୀମାନେ ଛୋଟ, ବଡ଼, ଗାଁମାଙ୍କରେ ବାସ କରନ୍ତି ଏହି ଗାଁଗୁଡିକ ମୁଖ୍ୟତଃ ପାହାଡ଼ଶିକର, ପାହାଡ଼ପାଦଦେଶ ଓ ଅରଣ୍ୟମଧ୍ୟ୍ୟରେ ଅବସ୍ଥିତ ବସ୍ତି ଗୁଡିକର ଏହିସବୁ ଭୌଗୋଳିକ ପାର୍ଥକ୍ୟ ଯୋଗୁ ସେମାନଙ୍କର ଜୀବନ ଚାର୍ଯ୍ୟା ଓ ସଂସ୍କୃତିରେ ବହୁତ ବୈସମ୍ୟ ଦେଖାଦିଏ, ଆଦିବାସୀ ଗ୍ରାମଗୁଡିକ ପରମ୍ପରିକ ଢ଼ଙ୍ଗରେ ଗଠିତ, ପ୍ରଶସ୍ତ ଦାଣ୍ଡରେ ଉଭୟ ପାର୍ଶରେ ବା ଏକ ପାର୍ଶରେ ଘର ଗୁଡିକ ପରସ୍ପର ନିବିଡ଼ ସଂଯୋଗ ରକ୍ଷାକରିଥାଏ,
ଗଡ଼ାଣିଆ ଚଳରେ ଜଙ୍ଗଲୀ ଘାସର ଛପର, ଏକ ପାର୍ଶ୍ୱରେ ଗ୍ରାମଦେବଙ୍କ ପୂଜାସ୍ଥଳୀ ଅନ୍ୟ ଏକସ୍ଥାନରେ ଯୁବକ, ଯୁବତୀମାନଙ୍କ ନିମନ୍ତେ ଗୋଟିଏ ବା ଦୁଇଟି ଶୟନାଗାର ଥାଏ, ଗାଁ ଦାଣ୍ଡରେ ପ୍ରାୟତଃ ଥାଏ ପଥର ଚଟାଣଟିଏ, ଏସ୍ଥାନରେ ଗ୍ରାମସଭା ବସେ, କେତେକ ଅଞ୍ଚଳର ପ୍ରତିକୂଳ ଭୌଗୋଳିକ ଅବସ୍ଥାଯୋଗୁ ଗ୍ରାମଟି ସୁନ୍ଦର ବା ଶୃଙ୍ଖଳିତ ହୋଇ ପାରେନାହିଁ ପାହାଡ଼ ଶୀର୍ଷରେ ବାସକରୁଥିବା କେତେକ ବଣ୍ଡାଗ୍ରାମଏହାଅଟେ ଆଦିବାସୀ ଘରଗୁଡିକ କ୍ଷୁଦ୍ର ଓ ଏକ କୋଠରୀ ବିଶିଷ୍ଠ ବିଭିନ୍ନ କାର୍ଯ୍ୟରେ ଏ କୋଠରୀକୁ ବ୍ୟବହାର କରାଯାଏ ଏହାସେମାନଙ୍କ ଶୟନକକ୍ଷ ଓ ରନ୍ଧନଶାଳାମଧ୍ୟ୍ୟଅଟେ ଏହାର ଏକ କୋଣରେ ପରିବାରର ଇଷ୍ଟଦେବ, ଦେବୀ ଅଦିଷ୍ଠିତ, ଧାନ, ଇତ୍ୟାଦି ଶସ୍ୟ ଚୁର୍ଣ୍ଣକରିବାପାହିଁ ଦ୍ୱାର ନିକଟରେ କାଠର ଦୁଇଟି ଗର୍ତ୍ତପ୍ରସ୍ତୁତି କରାଯାଇଥାଏ, ଗୃହକୁ ଲାଗି ଏକ ଗରୁଗୁଆଳ ଥାଏ ସମୁଖରେ ଦାଣ୍ଡ ଓ ପଛରେ ଅଗଣା ଗାଁ ମୁଖ୍ୟଙ୍କ ବାସଗୃହ ସ୍ୱତନ୍ତ୍ର ଭାବେ ଚିହ୍ନିତ କନ୍ଦ ମୁଖ୍ୟଙ୍କ ଘର ସମୁଖରେ ଦେବୀଧରଣୀଙ୍କ ପ୍ରତୀକ ଦୁଇଟି ପୂଜାକୁଣ୍ଟଥାଏ
ଆଦିବାସୀ ବାସଗୃହ ମୁଖ୍ୟତଃ ଭୌଗୋଳିକ ପରିସ୍ଥିତି ଓ ଅର୍ଥନୀତିକୁ ଭିତ୍ତିକରି ଗଠିତ ହୋଇଥାଏ, କେତେକ ଆଦିବାସୀ କୃଷିଜୀବି ମୁଖ୍ୟତଃ ସମତଳଭୂମିରେ ସ୍ଥାୟୀ ଓ ସୁନ୍ଦର ଘରମାନଙ୍କରେ ବାସକରନ୍ତି, ଅନ୍ୟ କେତେକ ଘରଟି ଅତି କ୍ଷୁଦ୍ର ଓ ସମ୍ପୂର୍ଣ୍ଣ ଅସ୍ଥାୟୀ, ଆଦିବାସୀମାନେ କ୍ଷଦ୍ରପରିବାରରେ ବାସକରନ୍ତି ଗୃହ ଏକ ସୀମିତ ପରିବେଶ ମାଧ୍ୟ୍ୟରେ କେବଳ ଆଶ୍ରୟ ନେଇଥାନ୍ତି ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କରଶିଶୁସନ୍ତାନ ଶିଶୁଟିକିଶୋର ହେବାପରେ ତାର ଅବସରସମୟ ଗାଁ ଆଖଡ଼ାର ଘର ବା ଶୟନାଗାରରେ ଅତିବାହିତ ହୋଇଥାଏ /
ଆଦିବାସୀଙ୍କ ପରିଚୟ
ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କ ପରିଚୟମାନଙ୍କ ମଧ୍ୟରୁ ଆମେ ଦେଖିବାକୁ ପାଇବା କେତେକ ଜନଜାତି ବା ଆଦିମ ଆଦିବାସୀ ଭାବରେ ପରିଚିତ ବଣ୍ଡା ,ଗଡବା , ପୋରଜା, ଭତରା, କଟିଆ, ଓ ଭୂମିଆ ,ଏଥି ମଧ୍ୟ୍ୟରୁ କେତେକ ଆଦିବାସୀମାନଙ୍କ ପରିଚୟ କୁ ପ୍ରଧାନ କରାଯାଇଛି
ବଣ୍ଡା
ବଣ୍ଡା ମାନେ ପ୍ରାୟ ସବୁଠାରୁ ପୁରାତନ ଜନଜାତି ,ଏମାନେ ଅବିଭକ୍ତ ମାଲକାନଗିରି ଜିଲ୍ଲାର ମାଲକାନଗିରି ଅଞ୍ଚଳରେ ଖାଇରିପୁଟ ବ୍ଲକର ମୁଦୁଲିପଡ଼ା ଗ୍ରାମ ଠାରେ ତଥା ଅନ୍ୟାନ୍ୟ ଅଞ୍ଚଳଠାରେ ଅଧିକ ସଂଖ୍ୟାରେ ବାସକରନ୍ତି ,ବଣ୍ଡାମାନେ ଦୁଇ ଭାଗରେ ବିଭକ୍ତ ଦଳେ ରାମଗିରିରେ ଓ ଅନ୍ୟ ଦଳଟି ନନ୍ଦପୁର ତାଲୁକରେ ବାସକରନ୍ତି , ଦାନ୍ତୀପଡ଼ା, ବାନ୍ଦୁଗୁଡ଼ା , ବାଉଁଶପଡା, ବାଣ୍ଡିଗୁଡ଼ା, ଚାଲାଣପଡ଼ା, ଗପୁରପଡ଼ା, କିଶାପଡ଼ା,ଓ ମୁଡୁଲିପଡ଼ା,ଆଦି ଗ୍ରାମ ଗୁଡ଼ିକ ରାମଗିରି ତାଲୁକ୍ ଅନ୍ତର୍ଭୁକ୍ତ , ଏହାକୁ ବର - ଜଙ୍ଗଲ ଦଳ ବୋଲି କୁହାଯାଏ
ଗଦବା
ଅବିଭକ୍ତ ମାଲକାନଗିରି ଜିଲ୍ଲାର ପାହାଡ଼ମାନଙ୍କ ପାଦଦେଶରେ ଅସଂଖ୍ୟ ଗଦବା ବସ୍ତି ଦେଖାଯାଏ ,ଗଦବାମାଙ୍କ ସୃଷ୍ଟି ରହସ୍ୟ ସଂମ୍ପର୍କରେ ଜନଶ୍ରୁତି କହେ ଏମାନଙ୍କ ଆଦିପିତା ଏକ ପୁତ୍ର କୁଡ଼ିଆରେ ବାସ କରୁଥିଲେ | ପାଞ୍ଚୋଟି ପୁତ୍ର ଓ ଗୋଟିଏ ଝିଅକୁ ସଂସାର ଗଡ଼ିବା ପାଇଁ ଛାଡ଼ିଦେଇ ଏହି ଆଦି ପିତା ପଦମ ଗଦବା ଓ ମାତା ଆଞ୍ଚିପୁଟ କାଳକ୍ରମେ ମୃତ୍ୟୁବରଣ କରିଥିଲେ,କିନ୍ତୁ ପୁଅ ମାନଙ୍କ ମଧ୍ୟରେ ସୁସମ୍ପର୍କ ରିହିଲା ନାହିଁ ସେମାନେ ଅଲଗା ଅଲଗା ସ୍ଥାନକୁ ଯାଇ ନିଜ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ପ୍ରୟାସୀ ହେଲେ |
ଡିଡ଼ାୟୀ
ଡିଡ଼ାୟୀ ସମ୍ପ୍ରଦାୟର ଆଦିବାସୀମାନେ ପଞ୍ଚିମଘାଟ ପର୍ବତମାଳା କଣ୍ଡା କାମ୍ବେରୁ ବା ଜାଙ୍ଗିରି ପର୍ବତମାଳା ଓ ବାଲିମେଳା ନଦୀ ଅବବାହିକାରେ ବସତି ନିର୍ମାଣ କରି କାଳାତିପାତ କରିଆସୁଛନ୍ତି, ବାନର ରାଜା ବାଳି ଏମାନଙ୍କ ପୂର୍ବ ପୁରୁଷ, ଫଳତଃ ଏହି ସମ୍ପ୍ରଦାୟ ବାଲିମେଳା ଅଞ୍ଚଳ (ରାମାୟଣର କିସ୍କିନ୍ଧ୍ୟା )ରେ ବାସ କରିଆସୁଥିବା ଜଣାପଡେ, ଏମାନେ ଡିଡାୟୀ ଗ୍ରାମ, ପାହାଡ଼ ଡିଡ଼ାୟୀ ଗ୍ରାମ ଓ ଚିତ୍ରକୋଣ୍ଡା ଜଳଭଣ୍ଡାର ମଧ୍ୟ୍ୟରେ ଏବଂ ପଟେରୁ ନଦୀ ତଟସ୍ଥ ରେ ଡିଡ଼ାୟୀ ସମ୍ପ୍ରଦାୟର ଲୋକମାନେ ବାସକରନ୍ତି,
ସମାଜ ଜୀବନରେ ଗ୍ରାମର ମୁଖ୍ୟକୁ ସାନସୀ ବା ନାୟକ କୁହାଯାଏ, ଏମାନଙ୍କ ତଳକୁ ଚାଲାଣ ନିଯୁକ୍ତି ହୋଇଥାନ୍ତି,ଗ୍ରାମର ପୂଜାରୀ ପଲାସୀ ନାମରେ ନାମିତ
ଡିଡ଼ାୟୀମାନଙ୍କ ଗୋତ୍ର ବାଘ, ନାଗ, ଭାଲୁ, କୁମ୍ଭୀର, କଇଁଛ ପ୍ରଭୃତି ଜୀବନ୍ତୁ ଓ ଜଳଚରପ୍ରାଣୀଙ୍କ ନାମରେ ରହିଛି
ପୋରଜା
ପୋରଜା ଆଦିବାସୀ ମାଲକାନଗିରି ଜିଲ୍ଲାରେ ମୁଖ୍ୟତଃ ବାସକରି ରହିଛନ୍ତି, ମାଲକାନଗିରି ଜିଲ୍ଲାର ମାଲକାନଗିରି, କୁଡୁମୁଲୁଗୁମା ବ୍ଲକରେ ଓ ଅନେକ ପୋରଜାମାନଙ୍କ ଅବସ୍ଥାନ ସର୍ବାଧିକ
ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ପୋରଜା ମାନଙ୍କୁ ବଡ଼ ପୋରଜା, ସାନ ପୋରଜା ନାମରେ ଦୁଇଭାଗରେ ବିଭକ୍ତ କରାଯାହାଇଛି, ବଡ଼ ପୋରଜା ମାନେ ଉନ୍ନତ ଓ ସଭ୍ୟ, ଏଥି ମଧ୍ୟ୍ୟରୁ ପୋରଜାମାନଙ୍କୁ ଆଠଭାଗରେ ବିଭାଜନ କରାଯାଇଛି, ଯଥା -ପାରେଙ୍ଗ ପୋରଜା, ପାରେଙ୍ଗ ଗଡବା ପୋରଜା, କନ୍ଧ ପୋରଜା ପେଙ୍ଗୋପରଜା,ଝୋଡ଼ିଆ ପରଜା, ବାରେଙ୍ଗ ପରଜା, ସୋଡ଼ା ପରଜା, ବେଣ୍ଡିଆ ପରଜା, ବଣ୍ଡା ପରଜା,
ଗଣ୍ଡ
ଗଣ୍ଡ ମାନଙ୍କ ଆଦିସ୍ଥାନ ଗଣ୍ଡୱାନା ଅଞ୍ଚଳର ପାର୍ଵତ୍ୟ ଭୂମି, ତାମିଲ୍ ଭାଷାରେ,ଗଣ୍ଡ, ଶବ୍ଦର ଅର୍ଥ ପର୍ବତ୍ୟ ନିବାସୀ, ଗଣ୍ଡମାନେ କନ୍ଧମାନଙ୍କ ପଛକୁ ଦ୍ଵିତୀୟ ବୃହତ୍ତମ ଆଦିବାସୀ ସମ୍ପ୍ରଦାୟ, ଅନେକ ଅଞ୍ଚଳ ଆଦି ପ୍ରଭୃତି ଅଞ୍ଚଳରେ ଗଣ୍ଡମାନେ ବିପୁଳ ସଂଖ୍ୟାରେ ବାସ କରି ରହିଛନ୍ତି
ଭତରା
ଭତରାମାନେ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ବାସକରି ଆସୁଛନ୍ତି, ଏମାନେ ମଧ୍ୟ୍ୟ ନଈକୂଳୁଆ, ପାହାଡିଆ କିମ୍ବା ସହରର ଉପାନ୍ତ ଅଞ୍ଚଳରେ ବସ୍ତି ନିର୍ମାଣ କରି ଜୀବିକା ନିର୍ବାହ କରିଆସୁଥିବାର ପରମ୍ପରା ରହିଛି, ଭତରା ଆଦିବାସୀ ମାନେ ବଡ଼ ଭତରା ସାନ ଭତରା ନାମରେ ପରିଚିତ ବାଘ, କଚିମ୍ , କୁକୁର ବେଶରା ଆଦି ଗୋତ୍ରରେ ଏମାନଙ୍କ ଵଂଶ ସୃଷ୍ଟି ହୋଇଛି
କଟିଆ
କଟିଆ ସମ୍ପ୍ରଦାୟର ଆଦିବାସୀମାନେ ମାନ୍ୟତା ଲାଭକରି ମାଲକାନଗିରି ଜିଲ୍ଲାରେ ବାସକରୁଛନ୍ତି, ମୂଳତଃ ଏମାନେ ରଣା, ପାଇକ ଜାତିର ଥିବା କଥା ଜଣାପଡେ, ସାତଟି ଭାଇ ଆସି ପ୍ରଥମେ ନନ୍ଦପୁର ରାଜାଙ୍କର ସେନାବାହିନୀରେ ପାଇକ (ସୈନ୍ୟ)ରୂପେ ଯୋଗଦେଲେ, ଏମାନଙ୍କ ମଧ୍ୟ୍ୟରୁ ପ୍ରଥମ ଭାଇ ବିବାହ କରି ସନ୍ତାନ ଜନ୍ମକରିବା ଦ୍ୱାରା ପାରବର୍ତ୍ତୀ କାଳରେ ଏହି ସନ୍ତାନ କଟିଆ ବା ସାନରଣା ନାମରେ ପରିଚିତ ହେଲା, ଏହାର ପରିବାର ବର୍ଗ ପାହାଡିଆ ଅଞ୍ଚଳରେ ବସତି ନିର୍ମାଣ କରି କଳାତିପାତ କରି ଆସୁଅଛି, କଟିଆ ମାନେ ଖରା, ଇରଙ୍ଗାଇ, ହନ୍ତାଳ, ଖୀନବୁଡ଼ି, ଖିଲ, ଗୁଟା, ଗଲାରୀ, ପାଙ୍ଗି, ଇଂଜନ, ପ୍ରଧାନୀ, ନାୟକ, ତାଲାବ, ବୁରୁଡି, ବୋରା, ଟଇଲା ଆଦି ସାଂଜ୍ଞା ଧାରଣ କରିଥାନ୍ତି, ଖରା, ନାଗ, ଭାଲୁ, ବାଘ,ମାଛ, ହନୁ,(ମାଙ୍କଡ଼)ଗିଦ (ଶାଗୁଣା)ସୁଗ୍ରୀବ, ଫୁଲ (ମାଗୁର ମାଛ ପୁଲ) ଇତ୍ୟାଦି ଗୋତ୍ର ନେଇ ଏମାନେ ଵଂଶ ପରିଚୟ ସୃଷ୍ଟି କରନ୍ତି,ଏମାନଙ୍କ ଗ୍ରାମ୍ୟ ମୁଖ୍ୟ ତଥା, ସମାଜ ମୁଖ୍ୟ ରୂପେ, ନାୟକ, ଥିବା ବେଳେ ବିବାହ କାର୍ଯ୍ୟ ସଂପନ୍ନ ପାଇଁ, ଦିଶାରୀ ନିଯୁକ୍ତ ହୋଇଥାନ୍ତି,
ଏତତ ଭିନ୍ନ ଅମନାତ୍ୟ, ଭୂମିଆ, ମାଟିଆ, କୋଣ୍ଡାଦୋରା, ଆଦି ବିବିଧ ଆଦିବାସୀ ସମ୍ପ୍ରଦାୟର ଜୀବନ ଚର୍ଯ୍ୟାକୁ ନେଇ ମାଲକାନଗିରି ଆଦିବାସୀ ଅଦ୍ୟୁଷିତ ଅଞ୍ଚଳରୂପେ ପରିଚିତ
ଏମାନଙ୍କ ସଂସ୍କୃତି ହିଁ ଏମାନଙ୍କ ପରିଚୟ କିଛି କଥିତ ଭାଷା ମାଧ୍ୟ୍ୟମରେ ଭାବର ଆଦାନ ପ୍ରଧାନ କରି ସଂସ୍କୃତି ମହକରେ ସମାଜ ଜୀବନକୁ ସୁବାସିତ କରିବାର ପ୍ରୟାସ ଏମାନଙ୍କ ବଳବତର ରଇଛି,
ଇତ୍ୟାଦି ଆଦିବାସୀ ମାନଙ୍କ ପରିଚୟ ପରିସର କୁ ଅନ୍ତର୍ଭୁକ୍ତ କରାଯାଇଛି/ ସଂସ୍କୃତି କଣ
ସାମାଜିକ ଜୀବନର ପରମ୍ପରା ଆଦର୍ଶ ଓ ରୀତିନୀତି କୁ ଆମେ ସଂସ୍କୃତି ବୋଲି କଇଥାଉ | ଯେଉଁ ଜାତିର ଆଦର୍ଶ, ଚିନ୍ତାଧାରା, ଜ୍ଞାନ, ସଜନଶୀଳତା ଓ ଆତ୍ମବିଶ୍ୱାସ ଯେତେ ବିଶୃତ ସେ ଜାତିରେ ସଂସ୍କୃତି ସେତେ ଉନ୍ନତ | ସଂସ୍କୃତି ଶବ୍ଦର ଇଂରାଜୀ ପ୍ରତିଶବ୍ଦ ହେଉଛି culture ଏହାର ଅର୍ଥ କୁଷ୍ଟି ବା ସଂସ୍କାର ମଣିଷର ଦୈନଦିନ ଜୀବନରେ ସଂସ୍କୃତି ଗବୀର ଭାବରେ ଯଢ଼ିତ , ସାମୁହିକ ଜୀବନରେ ନୈତିକଥା, ଆଦର୍ଶ, ଆଚାର, ବିଚାର, ଦେବାଦେବୀ, ଯାନିଯାତ୍ରା, ପର୍ବପର୍ବାଣୀ, କଳା ସ୍ଥାପତ୍ୟ, ଖାଦ୍ୟପଦାର୍ଥ, ବେଶପୋଶାକ ଇତ୍ୟାଦି |
ଆମ ସଂସ୍କୃତିର ପରିଚୟ ଏହା ଉତ୍ତାରାଧିକାରି ସୂତ୍ରରୁ ଏହା ସମୟରୁ ସମୟକୁ, ପରମ୍ପରାରୁ ପରମ୍ପରାକୁ, ପୁରୁଷରୁ ପୁରୁଷକୁ, ବଳବତର ହୋଇ ଗୋତିଶୀଳ ହୋଇ ଥାଏ |
ଜନଜାତି ବାସକରୁଥିବା ଗ୍ରାମ କ୍ଷୁଦ୍ର ଆକାରରେ ଏବଂ ପ୍ରତ୍ୟକଙ୍କ ଜନସଂଖ୍ୟା ଖୁବ୍ କମ୍ ଏମାନେ ସହର ଠାରୁ ଦୂରରେଗ୍ରାମ ସ୍ଥାପନ କରି ଜଙ୍ଗଲ ଓ ପାହାଡ଼ ବୋଲି ସ୍ଥାନରେ ବସବାସ କରିବାପାଇଁ ଭଲ ପାହାନ୍ତି | ସେମାନେ ପ୍ରାକୃତିକ ପରିବେଶ ମୁକ୍ତଜଳ ସ୍ଥାନ ନିରୂପଣକରି ତାହାକୁ ସଫାକରିବା, ଦ୍ଵିତୀୟରେ ଗ୍ରାମ ଦେବକୁ ପୂଜାକରି ବଳିଦେବା, ତୃତୀୟରେ ସେଇସ୍ଥାନର ଗଛବୁଦ୍ଧାକାଟି କେନ୍ଦ୍ରୀତକରି ଅଗ୍ନିସଂଯୋଗ ଦ୍ୱାରାସେଗୁଡିକୁ ପାଉଁଶରେ ପରିଣତକରିବା ତାପରେ ସଫାହୋଇଥିବା ସ୍ଥାନରେ ପାଉଁଶକୁପୁଣି ତାହାକୁ ଲଙ୍ଗଲଦ୍ୱାରା ଚଷୀ
ବର୍ଷାଦିନ ଆସିବା ପୂର୍ବରୁ ମଞ୍ଜିବୁଣାଯାଏ |
ବର୍ଷାହେବାପରେ ସେଗୁଡିକ ଗଜାବାହାରିଥାଏ |
ଏବଂ ସେଇ ଗଜାଗଛପାହିଁ କ୍ଷୁଦ୍ର ଆକାରର ବନ୍ଦକରି ପାଣିଧରି ରଖିଥାନ୍ତି | ଶସ୍ୟଉତ୍ପାଦନ ହେବାବେଳକୁ ସେସ୍ଥାନରେ ଯତ୍ନନିଅନ୍ତି ଏବଂ ଶସ୍ୟକୁ ଅମଳକରି ଶୁକାଇ ସାଇତିରଖିଥାନ୍ତି | ସେମାନେ ସାଧାରଣତଃ କୃଷିକାର୍ଯ୍ୟରେ ଦ୍ୱାରା ନିଜ ନିଜର ଜୀବିକା ନିର୍ବାହ କରିଥାନ୍ତି | ଏମାନଙ୍କର ଚାଷଜମିର ଉର୍ବରତା ଖୁବ୍ କମ୍ ଏମାନେପାରମ୍ପାରିକ ରୀତିନୀତିରେ ଚାଷକରିଥିବାରୁ କୃଷିଉତ୍ପାଦନ କମ୍ ହୋଇଥାଏ | ତେଣୁ ଏମାନେ ଅନ୍ୟାନପନ୍ତା ଅବଲମ୍ବନକରି ନିଜ ନିଜ ଜୀବିକାନିର୍ବାହ କରିଥାନ୍ତି | ଏବଂ ଶେଷଶ୍ରେଣୀ ଅନ୍ତର୍ଭୁକ୍ତ ଜନଜାତି ଅପେକ୍ଷା କୃତ ଆର୍ଥିକସ୍ୱଚ୍ଛଳତା ଭୋଗକରନ୍ତି ଏମାନେ କଳକାରଖାନା ଓ ଖଣିମାଙ୍କରେ ଶ୍ରମିକଭାବରେ କାର୍ଯ୍ୟକରନ୍ତି |
କଳାକାରଖାନା ଓ ଖଣିରଶ୍ରମିକ ହୋଇଥିବା ଯଗୁଁ ସେମାନଙ୍କର ଜମିଉପରେ ନିର୍ଭରଶୀଳତା ଲପପାଇଥାଏ | ତେଣୁ ସେମାନଙ୍କର କୃଷିକେତ୍ରରେ କମ୍ ଦେଖାଦିଏ | ଏହି ଜନଜାତି ମାନଙ୍କର ଜୀବିକା ନିର୍ବାହ ଖୁବ୍ କମ୍ ଉତ୍ପାଦନ ହୋଇଥାଏ |
ଆଦିବାସୀମାନେ ସାଧାରଣତଃ ପ୍ରକୃତିସେମାନଙ୍କର ଜୀବନଦର୍ଶନ, ରୀତିନୀତି, ଚାଲିଚଳଣି ପ୍ରକୃତିର ନିୟମମଦ୍ୟରେ ସୀମାବଦ୍ଧ କୁତ୍ରିମକୁ ସେମାନେ ଭଲ ପାହାନ୍ତି ନାହିଁ | ପାହାଡ଼ତଳେ କୁଡ଼ିଆକରି ପାହାଡ଼ ଛାତିରେ କ୍ଷେତଫସଲ ଫଳାଇ ଝରଣାରୁ ପାଣିପିଇ ଜଙ୍ଗଲରୁ ଶିକାରକରି ବଣରଫୁଲ, ଫଳ, ଖାଇ ମନଖୁସିରେ ଜୀବନଯାପନ କରନ୍ତି ତାଙ୍କରି ପାର୍ବପର୍ବାଣୀ ଦିଆଁ ଦେବତା ପ୍ରକୃତିକୁ କେନ୍ଦ୍ରକରି ଗଢିଉଟିଥାଏ |
ଆଦିବାସୀମାନେ ଚିରହରୀତ ମାୟା ପ୍ରକୃତିଦେବୀର କୋଳରେ ଜନ୍ମହୋଇ ସୁଖ ଦୁଃଖ, ଯାନିଯାତ୍ରା, ପାର୍ବପର୍ବାଣି, ବିବାହଉତ୍ସବ, ପ୍ରକୃତିକୁ କେନ୍ଦ୍ରକରି ଗୀତ ନୃତ୍ୟ, ପରିବେଷଣ କରିଥାନ୍ତି |
ଗୀତ ନୃତ୍ୟ ଓ ବାଦ୍ୟ ଆଦିବାସୀ ଜୀବନର ବିଳାସ ନୁହେଁ, ତାହା ସେମାନଙ୍କର ଜୀବନର ଅବିଛେଦ୍ୟ ଅଙ୍ଗ ଆଦିବାସୀ ହୃଦୟରେ ଚିଳନ୍ତା ଗୀତ ନୃତ୍ୟ ମାଧ୍ୟ୍ୟମରେ ରୂପାନ୍ତରିତ ହୋଇଥିବାରୁ ତାହା ଅନାବିଳ ଓ ଅକୁତ୍ରିମ ହୋଇଥାଏ |
ବାଦ୍ୟ
ଆଦିବାସୀମାନଙ୍କ ବ୍ୟବହାର ବାଦ୍ୟ ଦେଶିଆ ନାଟକରେ ଦେଖିବାକୁ ମିଳିଥାଏ ମାଲକାନଗିରି ପାରମ୍ପାରିକ ବାଦ୍ୟ ଯନ୍ତ୍ର ଯଥା -ଗିନି, ମର୍ଦ୍ଦଲ, ମହୁରୀ, ବଂଶୀ, ତିଡ଼ିବିଡ଼ି,କେନ୍ଦରା, ଆଦି ବ୍ୟବହୃତ ଥିବା ଜଣାଯାଏ, ଯା ଦ୍ୱାରା କି ଆଦିବାସୀ ଲୋକ ନୃତ୍ୟ, ପର୍ବପର୍ବାଣି ବିଭିନ୍ନ ଉତ୍ସବ ଅନୁଷ୍ଠାନ ରେ ବାଦ୍ୟ କୁ ବ୍ୟବହୃତ କରିଥାନ୍ତି ଏବଂ ସମ୍ପ୍ରତିକ ଆଧୁନିକତାର ପ୍ରଭାବରେ ହାରମୋନିୟମ୍ କେସିଓ ଝୁମକା ପ୍ରଭୃତି ବ୍ୟବହୃତ ହେଲାଣି, ଅତୀତର ଏହି ନାଟକରେ ଡିବି, ମଶାଲ ଜାଳି ଆଲୋକ ବ୍ୟବସ୍ଥା କରାଯାଉଥିଲା
ଆଜି ସମ୍ପ୍ରତିବିଦ୍ୟୁତ ଆଲୋକର ରଙ୍ଗୀନ ବଲବରେ ମଞ୍ଚ ଆଲୋକିତ ହେଉଛି ଏହି ନାଟକର ସଙ୍ଗୀତରେ ଶାସ୍ତ୍ରୀୟ ସଙ୍ଗୀତ ବିଶେଷ କରି ନାଟକିଅର ରାଗରାଗିଣୀ ରହିଥିଲେ ହେ, ଆଜି ଅଧିକାଂଶ ଗୀତରେ ସ୍ଥାନୀୟ ଆଦିବାସୀ ସଙ୍ଗୀତର ସରଳ ଓ ସାବଲୀଳ ଛନ୍ଧ ଓ ସ୍ବରର ପ୍ରଭାବ ଲକ୍ଷ୍ୟ କରାଯାଏ ଏଇ ନାଟକର ବାଦ୍ୟଦାନରୁ କେଉଁ ଚରିତ୍ର ମଞ୍ଚରେ ପ୍ରବେଶ କରିବ ଓ ପ୍ରସ୍ଥାନ କରିବ ଜଣାପଡ଼ିଯାଏ, ନାଟ୍ୟଗୁରୁ ସାଙ୍ଗୀତିକ ସଂକେତ ମାଧ୍ୟ୍ୟମରେ ଚରିତ୍ରମାନଙ୍କୁ ମଞ୍ଚକୁ ଡାକିଥାନ୍ତି ଅଧିକାଂଶ ଚାରିତ୍ର ବାଦ୍ୟର ତାଳେ ତାଳେ ନୃତ୍ୟ କରି ମଞ୍ଚ ପ୍ରବେଶ କରିଥାନ୍ତି, ଏହି ନାଟକର ଗୁରୁ ଆମ୍ବିର ବାଦ୍ୟଦାନ, ସଙ୍ଗୀତର ଅପୂର୍ବ ଝଙ୍କାର, ମନଛୁଆଁ ସଂଳାପ, ଚରିତ୍ରମାନଙ୍କ ଦ୍ରୁତ ପାଦପାତ ରୀତି ଓ ଉଦ୍ଦାମ ନୃତ୍ୟ ଇ ମାଟିର ନାଟ୍ୟପିପାସୁ ଲୋକ ପ୍ରାଣକୁ ରାତିସାରା ନାଟ୍ୟ ରସରେ ବାନ୍ଧି ରଖିବାରେ ସକ୍ଷମ ହୋଇଥାଏ
ନୃତ୍ୟ
ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଆଦିବାସୀ ନୃତ୍ୟ ଅବସରକୁ ଦେଖିବାକୁ ଗଲେ ଭୌଗୋଳିକ ଅବସ୍ଥିତିକୁ ଲକ୍ଷକରି ଜୀବିକା, ବୃତ୍ତି ସାମାଜିକ ଚଳଣି ସୁରକ୍ଷିତ ପରମ୍ପାରିକ ପ୍ରଥା ଓ ପରମ୍ପରା ଆଦିବାସୀ ଜନଜାତିରୂପେ ମାନ୍ୟତା ପାରିଛନ୍ତି / ଏଥି ମଧ୍ୟ୍ୟରୁ ଜୀବନ ଚର୍ଯ୍ୟା ସମ୍ପୂର୍ଣ୍ଣ ମାଲକାନଗିରି ଜିଲ୍ଲାରେ ବିଶେଷ ଗୁରୁତ୍ୱପୂର୍ଣ ବହନ କରିଛି ନୃତ୍ୟ , ଗୀତ ହେହୁଛି ଆଦିବାସୀ ମାନଙ୍କର ପ୍ରିୟ ଅଟେ ବୟସ୍କ ବ୍ୟକ୍ତିଙ୍କ ଠାରୁ ବଡ଼ି ଆସୁଥିବା ଯୁବପିଡ଼ି ମାନେ ନୃତ୍ୟ , ଗୀତ , ଆଦିକୁ ଶିକ୍ଷା ରୂପେ ଗ୍ରହଣ କରିଥାନ୍ତି ସେଥିରେ ମୋର ମତ ରଇଛି ଆଦିବାସୀ ମାନଙ୍କର ନୃତ୍ୟ ପ୍ରତିଦୃଶି କୁ ମୁଁ ଉଲେଖଦର୍ଶାଇଛି ଆଦିବାସୀ ମାନଙ୍କର ନୃତ୍ୟ ନାଟ୍ୟ ଶାସ୍ତ୍ର ଠାରୁ ବିନ୍ନ ହୋଇଥିଲେ ମଧ୍ୟ୍ୟ ତାର ରୀତି, ଲୟ , ଦ୍ୱାରା ଇତ୍ୟାଦି ପରମ୍ପରା କ୍ରମେ ଚାଲିରଇଥାଏ / ଆଦିବାସୀ ମାନେ ଏକତ୍ର ନୃତ୍ୟ ଅପେକ୍ଷା ସେମାନେ ନାରୀ ଅପୁରୁଷ ସମଷ୍ଟି ଗତଭାବେ ନିର୍ବିଶେଷରେ ନୃତ୍ୟ କରିଥାନ୍ତି ନୃତ୍ୟ ରେ ସମସ୍ତ ଗୀତ ପ୍ରାୟ ସମାନ ଭାବରେ ଗାଇଥାନ୍ତି ଏହା ତାଳି କିମ୍ବା ଡୋଲ ବିଭିନ୍ନ ବାଦ୍ୟ ଯନ୍ତ୍ର ଶବ୍ଦ ଯଗୁ ଆଦିବାସୀ ନୃତ୍ୟ ସୃଷ୍ଟି ହୋଇଥାଏ / ଆଦିବାସୀ ନୃତ୍ୟମାନଙ୍କରେ ସୁନ୍ଦର ଅଂଗ ବଙ୍ଗି ଓ ଶରୀରର ଗତିଶୀଳତା ମୁଖର ଚକ୍ଷ୍ୟୁବଙ୍ଗି, ଅଳଙ୍କାର, ପୋଷାକ ପରିଚ୍ଛେଦ, ଅଙ୍ଗସଜସଜା ବିଭିନ୍ନ ବାଦ୍ୟ ବ୍ୟବହାର ଉପକରଣ ଇତ୍ୟାଦି ସ୍ୱତନ୍ତ୍ର ଓ ଉଲେଖନିୟ , ସେହି ମହିଳା ମାନେ ବିଭିନ୍ନ ଗହଣା ପିନ୍ଦି କୋଷାରେ ବିଭିନ୍ନ ପ୍ରକାର ମାଳି ଓ ସୌନ୍ଦର୍ଯ୍ୟ ପୂର୍ଣ୍ଣ ହାର ଯୁମୁକା ବାନ୍ଦୀ ନାଚିଥାନ୍ତି ଓ ଗୀତ ମାଧ୍ୟ୍ୟମରେ କାହାଣୀର ଅବଦାରଣକରିଥାନ୍ତି / ନୃତ୍ୟ ସମୟରେ ତାଙ୍କର ବିଶେଷ ଗୁରୁତ୍ୱ ଦିଆଯାଇଥାଏ କାରଣ ସମଷ୍ଟି ଗତନୃତ୍ୟରେ କେଇଜଣେ ସମାନତା ହରାଇଲେ ନୃତ୍ୟର ଲକ୍ଷ ପୂରଣ ହୋଇନଥାଏ /ଉଦାହରଣ ସ୍ୱରୂପ ଡେ଼ମଶା ନାଚ ଇତ୍ୟାଦି ନୃତ୍ୟ ସମୟରେ ବିଭିନ୍ନ ଘଟଣାକୁ ଆଖି ଆଗରେ ରଖି ଗାନ କରାଯାଏ /ସେମାନଙ୍କର ଅଙ୍ଗବଙ୍ଗୀ , ମସ୍ତକ ମୁଖତଥା ଚକ୍ଷ୍ୟୁ ବଙ୍ଗୀ ବିନ୍ନ ବିନ୍ନ ରସର ପରିଚୟ ଦେଇଥାଏ / ସାଧାରଣତଃ ମହିଳାମନେ ପରସ୍ପପର କାନ୍ଦ ଉପରେ କିମ୍ବା ପିଠି ପଛ ପକରେ ହାତ ଛନ୍ଦି ନୃତ୍ୟ କରିଥାନ୍ତି ଏବଂ ପୁରୁମାନେ ବାଦ୍ୟ ସଂଯୋଜନା କରିଥାନ୍ତି ଯେପରି ଡୋଲ ,ମହୁରୀ , ତିଡ଼ିବିଡ଼ି,ଗିନି ମର୍ଦ୍ଦଲ , ବଂଶୀ ,କେନ୍ଦ୍ରା ଇତ୍ୟାଦି ବେଳେ ବେଳେ ମହିଳା ମାନେ ଆଗକୁ କିଛି ପାଦ ଆଗେଇ ଯାଇ ପୁଣି ପଛ କୁ ସମାନ ଭାବରେ ପେରି ଗୀତ ଗୀତଗାଇ ନୃତ୍ୟ କରିଥାନ୍ତି / ବାଦ୍ୟର ତାଳ ଅନୁସାରେ ପାଦର ଗତିମୃଦୁ କିମ୍ବା କିବ୍ର ହୋଇଥାଏ / ସମୟ ସମୟରେ ଉଭୟ ମହିଳା ଓ ପୁରୁଷ ଦୁଇ ଦାଡ଼ିହୋଇ ପରସ୍ପର ପ୍ରତି ସମୁଖ ଦୃଷ୍ଟି ରଖି ନାଚିଥାନ୍ତି ଏପରି ନୃତ୍ୟ ମାଲକାନଗିରି ଜିଲ୍ଲାରେ ଅନେକ ପ୍ରକାର ଉତ୍ସବ ଓ ପର୍ବପର୍ବାଣି ଅନୁଷ୍ଠିତ ଠାରେ ଦେଖିବାକୁ ମିଳିଥାଏ ଯତା ଚୈତ୍ରପର୍ବ , ମାଲ୍ୟବନ୍ତଗିରି ମହଉତ୍ସବ , ସର୍ଗିଫୁଲ୍ ଉତ୍ସବ , ଆଦିବାସୀ ଦିବସ ଉତ୍ସବ ଇତ୍ୟାଦି /
ଓଡ଼ିଶାର ଦକ୍ଷିଣଭାଗରେ ଅବସ୍ଥିତ ମାଲକାନଗିରି ଜିଲ୍ଲାର ଆୟତନ ୫,୭୯୧ ବର୍ଗ କିମି
ମାଲକାନଗିରି ଜିଲ୍ଲା, ଓଡ଼ିଶାର ଦକ୍ଷିଣରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ମାଲକାନଗିରି ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର
ଭିଧାନ ସଭା ନବରଙ୍ଗପୁର ଆଣ୍ଡ ରେ ଅଛି, ଭାଷା ଓଡ଼ିଆ, ଇଂରାଜୀ
ଓ କେତେକ ଆଦିବାସୀ ଭାଷା ରଇଛି,ଭିଧାନ ସଭା 2 ଗୋଟି ଆସନ
କୁ ନେଇ ଗଠିତ ୧. ମାଲକାନଗିରି ୨. ଚିତ୍ରକୋଣ୍ଡା
ମାଲକାନଗିରି ଜିଲ୍ଲାର କ୍ଷେତ୍ରଫ 5791 ବର୍ଗ k.m
ଜନସଂଖ୍ୟ 612727 ସହର ସଂଖ୍ୟା 48836 ଗ୍ରାମାଞ୍ଚଳ ସଂଖ୍ୟା 563891 ଏବଂ 6 ବର୍ଷରୁ କମ୍ ଶିଶୁ 105636
୨୦୧୧ ଜନଗଣନା [୧]ଅନୁସାରେ, ମାଲକାନଗିରି ଜିଲ୍ଲାର ଲୋକସଂଖ୍ୟା ୬,୧୨,୭୨୭ |
ପୁରୁଷ: ୩,୦୩,୯୧୩
ମହିଳା: ୩,୦୮,୮୧୪
ଛ ବର୍ଷରୁ କମ: ୧,୦୫,୬୩୬
୧୯୯୨ମସିହା ଅକ୍ଟୋବର ୨ତାରିଖ ଦିନ ମାଲକାନଗିରି କୋରାପୁଟ ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାର ପରିଚୟ ପାଇଥିଲା
ଏହାର ଅବସ୍ଥିତି କୁ ଯଦି ଦେଖିବା
ପୂର୍ବରେ : କୋରାପୁଟ ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶ ରାଜ୍ୟ
ପଶ୍ଚିମରେ: ଛତିଶଗଡ଼ ରାଜ୍ୟ
ଉତ୍ତରରେ : କୋରାପୁଟ ଜିଲ୍ଲା
ଦକ୍ଷିଣରେ: ଆନ୍ଧ୍ର ପ୍ରଦେଶ ରାଜ୍ୟ ଅଛି
ବଣ୍ଡା ଆଦିବାସୀ
ଖଇରପୁଟ ବ୍ଳକ ଅନ୍ତର୍ଗତ ୨ଟି ପଞ୍ଚାୟତର ୩୨ଟି ଗାଁରେ ପ୍ରାୟ ୫ହଜାର ବଣ୍ଡା ଜନଜାତିର ଲୋକ ବାସ କରୁଛନ୍ତି ବଣ୍ଡା ସମ୍ପ୍ରଦାୟ ପୃଥିବୀର ଆଦିମ ଅଧିବାସୀମାନଙ୍କ ମଧ୍ୟରୁ ଅନ୍ୟତମ କିମ୍ବଦନ୍ତୀ ଅନୁଯାୟୀ ତ୍ରେତୟା ଯୁଗରେ ଦେବୀ ସୀତା ଘାଟି ମୁଦୁଲିପଡ଼ାରେ ଥିବା ଏକ ଝରଣାରେ ସ୍ନାନ କଲାବେଳେ ବଣ୍ଡା ରମଣୀମାନେ ଦେଖି ହସି ଦେଇଥିଲେ ସୀତା ଏଥିରେ ଅପମାନିତ ଓ କ୍ରୋଧିତ ହୋଇ ଅଭିଶାପ ଦେଇଥିଲେ ଯେ, ତୁମେମାନେ ଜୀବନସାରା ଉଲଗ୍ନ ହୋଇ ରହିବ ଓ ତୁମ ମୁଣ୍ଡରେ କେଶ ରହିବ ନାହିଁ ଯୁଗ ଯୁଗ ଧରି ତୁମକୁ ଦେଖି ଲୋକ୍ ହସିବେ ସେହିଦିନଠାରୁ ବଣ୍ଡା ରମଣୀ ଲଣ୍ଡିତ ମସ୍ତକ ହୋଇ ଗଛର ଖଣ୍ଡିଏ ବକଳ, ବେକରେ ମାଳି ସହ ବିଭିନ୍ନ ଜଙ୍ଗଲ ଜାତୀୟ ସାମଗ୍ରୀରେ ସଜ୍ଜିତ ହୋଇଥାନ୍ତି
ତହସିଲ: ୩ (ମାଲକାନଗିରି, ଚିତ୍ରକୋଣ୍ଡା ଓ ମୋଟୁ)
ବ୍ଳକ: ୭ (କାଲିମେଳା, ଖଇରପୁଟ, କୋରୁକୋଣ୍ଡା, କୁଦୁମୁଲୁଗୁମା, ମାଲକାନଗିରି, ମାଥିଲି ଓ ପୋଡ଼ିଆ)
ଗ୍ରାମପଞ୍ଚାୟତ:୧୦୮
ଗ୍ରାମ:୯୨୮
ପ୍ରାଥମିକ ବିଦ୍ୟାଳୟ ସଖ୍ୟା-୮୪୯ ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ସଖ୍ୟା-୩୯୧ ଉଛ ମାଧ୍ୟମିକ ବିଦ୍ୟାଳୟ-୧୩୧ ମହାବିଦ୍ୟାଳୟ-୧୨ ସରସ୍ୱତୀ ଶିଶୁ ମନ୍ଦିର-୧୩ ସରସ୍ୱତୀ ବିଦ୍ୟା ମନ୍ଦିର-୧୩
ପର୍ଯ୍ୟଟନ ସ୍ଥଳୀ
ବାଲିମେଳା
ବଣ୍ଡାପର୍ବତ
ଭୈରବୀ ମନ୍ଦିର
ମୋଟୁ
ସାତିଗୁଡ଼ା ନଦୀବନ୍ଧ
ଅମ୍ମାକୁଣ୍ଡ
ସାରୁକୁଣ୍ଡ
ଏହା 1962 ମସିହାରେ କୋରାପୁଟ ଜିଲ୍ଲାର ଏକ ସବ୍-ଡିଭିଜନ୍ ଉପନୀତ ହେଲା। ଯେତେବେଳେ ଓଡିଶା ସରକାରଙ୍କ ଜିଲ୍ଲା ଗୁଡିକର ପୁନଃ ସଂଗଠନ ବିଜ୍ଞପ୍ତି 1992 ମସିହା ଅକ୍ଟୋବର 01 ତାରିଖରେ ଜାରି କରାଯାଇ, 1992 ମସିହା ଅକ୍ଟୋବର 02 ତାରିଖରେ କାର୍ଯ୍ୟକାରୀ ହେବା ପରେ ବର୍ତ୍ତମାନର ମାଲକାନଗିରି ଜିଲ୍ଲା ନିଜର ସ୍ୱତନ୍ତ୍ର ପରିଚୟ ପାଇପାରିଲା । ଏହାର ବିସ୍ତୃତି , 17 ଡିଗ୍ରୀ 45’ ଉତ୍ତରରୁ 18 ଡିଗ୍ରୀ 40’ ଉତ୍ତର ଅକ୍ଷାଂଶ ଏବଂ 81 ଡିଗ୍ରୀ 10’ ପୂର୍ବ ଦ୍ରାଘିମାରୁ 82 ଡିଗ୍ରୀ ପୂର୍ବ ଦ୍ରାଘିମା ଅଞ୍ଚଳରେ 5791 ବର୍ଗ କିଲୋମିଟର ପର୍ଯ୍ୟାପ୍ତ ଅଟେ ।ସଂପୂର୍ଣ୍ଣ ଜିଲ୍ଲାଟି ବିସ୍ତୃତ ଘନ ଜଙ୍ଗଲ ସହିତ, ଶତକଡା ଅନୁପାତରେ ଅଳ୍ପ ସଂଖ୍ୟକ ଲୋକ ସହରାଞ୍ଚଳରେ ବାସ କରନ୍ତି । ଏହି ଜିଲ୍ଲାଟି ଦୁଇଗୋଟି ଭୌତିକ ବିଭାଗରେ ପୃଥକୀକୃତ । ପୂ୍ର୍ବାଞ୍ଚଳ ଭାଗଟି ତୀଖ ଘାଟି, ମାଳଭୂମି ଓ ଉପତ୍ୟକାରେ ପରିପୂର୍ଣ୍ଣ । ବିକ୍ଷିପ୍ତ ନିବାସୀମାନଙ୍କ ମଧ୍ୟରେ ପ୍ରାଚୀନ ଆଦିବାସୀ ବଣ୍ଡା, କୋୟା ଏବଂ ଦିଦାୟୀ ସଂପ୍ରଦାୟ ଉଲ୍ଲେଖନୀୟ । ଏହି ଜିଲ୍ଲାର ଜଳବାୟୁ ସାଧାରଣତଃ ଶୀତ ଋତୁରେ ଥଣ୍ଡା ଏବଂ ଗ୍ରୀଷ୍ମ ଋତୁରେ ତାପମାତ୍ରା 13 ଡିଗ୍ରୀ ସେଲସିୟସରୁ 47 ଡିଗ୍ରୀ ସେଲସିୟସକୁ ତ୍ୱରାନ୍ୱିତ ହୁଏ । ବାର୍ଷିକ ହାରାହାରି ବର୍ଷାନୁପାତ ପ୍ରାୟ 1700 ମିଲିମିଟର ଅଟେ । ସାଧାରଣତଃ ବର୍ଷାଋତୁ ଏବଂ ବର୍ଷାଋତୁ ପର ମାସଗୁଡିକର ଆପେକ୍ଷିକ ଆର୍ଦ୍ରତା ଉଚ୍ଚ ଅଟେ । ବର୍ଷାଋତୁ ସମୟରେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଅଗମ୍ୟ । ସନ୍ତସନ୍ତିଆ ଓ ଅତ୍ୟାଧିକ ବନ୍ୟା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୁଏ । ଏହି ଜିଲ୍ଲାଟି ମ୍ୟାଲେରିଆ ପ୍ରବଣ ପରିଧିରେ ଆଦୃତ । ଏଟାରେ ସବୁଠାରୁ ବଡ ସମସ୍ୟା ଦେଖାଦିଏ ମହାବାଦୀ ସମସ୍ୟା
ସାଧାରଣତଃ ମାଲକାନଗିରିର ମୁଖ୍ୟାଳୟ ସଦର ପରବର୍ତ୍ତୀ କାଳରେ ମାଲକାନଗିରି ଜିଲ୍ଲା ନାମରେ ନାମିତ ହୋଇଅଛି । ସନ୍ 1936 ମସିହାରେ ଓଡ଼ିଶା ପ୍ରଦେଶ ଗଠନ ସମୟରେ ମାଲକାନଗିରିଟି ଗୋଟିଏ ‘ତାଲୁକ’ ଭାବରେ କୋରାପୁଟ ଜିଲ୍ଲାର ନବରଙ୍ଗପୁର ସବ୍-ଡିଭିଜନ ଅନ୍ତର୍ଗତ ଥିଲା ।ଏହା 1962 ମସିହାରେ କୋରାପୁଟ ଜିଲ୍ଲାର ଏକ ସବ୍-ଡିଭିଜନ୍ ପାହ୍ୟାରେ ଉପନୀତ ହେଲା। ଯେତେବେଳେ ଓଡିଶା ସରକାରଙ୍କ ଜିଲ୍ଲା ଗୁଡିକର ପୁନଃ ସଂଗଠନ ବିଜ୍ଞପ୍ତି 1992 ମସିହା ଅକ୍ଟୋବର 01 ତାରିଖରେ ଜାରି କରାଯାଇ, 1992 ମସିହା ଅକ୍ଟୋବର 02 ତାରିଖରେ କାର୍ଯ୍ୟକାରୀ ହେବା ପରେ ବର୍ତ୍ତମାନର ମାଲକାନଗିରି ଜିଲ୍ଲା ନିଜର ସ୍ୱତନ୍ତ୍ର ପରିଚୟ ପାଇପାରିଲା । ଏହାର ବିସ୍ତୃତି , 17 ଡିଗ୍ରୀ 45’ ଉତ୍ତରରୁ 18 ଡିଗ୍ରୀ 40’ ଉତ୍ତର ଅକ୍ଷାଂଶ ଏବଂ 81 ଡିଗ୍ରୀ 10’ ପୂର୍ବ ଦ୍ରାଘିମାରୁ 82 ଡିଗ୍ରୀ ପୂର୍ବ ଦ୍ରାଘିମା ଅଞ୍ଚଳରେ 5791 ବର୍ଗ କିଲୋମିଟର ପର୍ଯ୍ୟାପ୍ତ ଅଟେ । ଏହି ଜିଲ୍ଲାଟି ଜନବିରଳ ହେଲେ ମଧ୍ୟ ପୁରୁଷ ଓ ସ୍ତ୍ରୀ ସଂଖ୍ୟା ମଧ୍ୟରେ ଅଧିକ ପାର୍ଥକ୍ୟ ନାହିଁ । ପ୍ରାୟତଃ ଅଖଣ୍ଡ ।ସଂପୂର୍ଣ୍ଣ ଜିଲ୍ଲାଟି ବିସ୍ତୃତ ଘନ ଜଙ୍ଗଲ ସହିତ, ଶତକଡା ଅନୁପାତରେ ଅଳ୍ପ ସଂଖ୍ୟକ ଲୋକ ସହରାଞ୍ଚଳରେ ବାସ କରନ୍ତି । ଏହି ଜିଲ୍ଲାଟି ଦୁଇଗୋଟି ଭୌତିକ ବିଭାଗରେ ପୃଥକୀକୃତ । ପୂ୍ର୍ବାଞ୍ଚଳ ଭାଗଟି ତୀଖ ଘାଟି, ମାଳଭୂମି ଓ ଉପତ୍ୟକାରେ ପରିପୂର୍ଣ୍ଣ । ବିକ୍ଷିପ୍ତ ନିବାସୀମାନଙ୍କ ମଧ୍ୟରେ ପ୍ରାଚୀନ ଆଦିବାସୀ ବଣ୍ଡା, କୋୟା ଏବଂ ଦିଦାୟୀ ସଂପ୍ରଦାୟ ଉଲ୍ଲେଖନୀୟ । ଏହି ଜିଲ୍ଲାଟି ଶିକ୍ଷାରେ ପରିମିତ, ଶିକ୍ଷିତ ମାନଙ୍କ ମଧ୍ୟରେ ”ପୁରୁଷ” ଶିକ୍ଷିତ, ”ସ୍ତ୍ରୀ” ଶିକ୍ଷିତ ଠାରୁ ଅତି ଦୂରରେ ।ଏହି ଜିଲ୍ଲାର ଜଳବାୟୁ ସାଧାରଣତଃ ଶୀତ ଋତୁରେ ଥଣ୍ଡା ଏବଂ ଗ୍ରୀଷ୍ମ ଋତୁରେ ତାପମାତ୍ରା 13 ଡିଗ୍ରୀ ସେଲସିୟସରୁ 47 ଡିଗ୍ରୀ ସେଲସିୟସକୁ ତ୍ୱରାନ୍ୱିତ ହୁଏ । ବାର୍ଷିକ ହାରାହାରି ବର୍ଷାନୁପାତ ପ୍ରାୟ 1700 ମିଲିମିଟର ଅଟେ । ସାଧାରଣତଃ ବର୍ଷାଋତୁ ଏବଂ ବର୍ଷାଋତୁ ପର ମାସଗୁଡିକର ଆପେକ୍ଷିକ ଆର୍ଦ୍ରତା ଉଚ୍ଚ ଅଟେ । ବର୍ଷାଋତୁ ସମୟରେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଅଗମ୍ୟ । ସନ୍ତସନ୍ତିଆ ଓ ଅତ୍ୟାଧିକ ବନ୍ୟା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୁଏ । ଏହି ଜିଲ୍ଲାଟି ମ୍ୟାଲେରିଆ ପ୍ରବଣ ପରିଧିରେ ଆଦୃତ ।
ମାଲକାନଗିରି ଓ କୋରାପୁଟ ବଡର ମଧ୍ୟ୍ୟସ୍ଥବନ୍ୟାଞ୍ଚଳ ସ୍ଥାନମଧ୍ୟ୍ୟରେ ରଇଛି ସପ୍ତଦ୍ୱାରା ନଦୀ ଜଙ୍ଗଲ, ପାହାଡ଼, ଓ ପର୍ବତ ରୁ 7ଗୋଟି ଜରଣାର ପାଣି ଆସି ମିଶିଥିବାରୁ ଏହାର ଏମିତି ନାମକାରଣ କରାଯାଇଛି /
ମାଲକାନଗିରି ଜିଲ୍ଲାର ପାର୍ଲାମେଣ୍ଟ ନବରଙ୍ଗପୁର ଲୋକ ସଭା mp ଙ୍କ ଅଣ୍ଡରେ ଅନ୍ତର୍ଗତ ରଇଛି / ମାଲକାନଗିରି ଜିଲ୍ଲାରେ ଅନେକ ପ୍ରକାର ଉତ୍ସବ ଓ ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ /ସେଥି ମଧ୍ୟ୍ୟରୁ କିଛି ଉତ୍ସବ ଓ ପର୍ବପର୍ବାଣି କୁ ମୁଁ ପ୍ରଧାନ କରୁଛି ଯତା ଶିବରାତ୍ରି, ହଲି, ରଥଯାତ୍ରା, ହରିଚନ୍ଦ୍ର ବାବାଉତ୍ସବ,ନାରାୟଣଉତ୍ସବ,ଅଷ୍ଟପୋରୀ ଉତ୍ସବ,ବଡ଼ଯାତ୍ରା, ବାଲିଯାତ୍ରା, ଚୈତ୍ରପର୍ବ,ଓ ମାଲ୍ୟବନ୍ତଗିରି ମହଉତ୍ସବ ଏପରି ଅନେକ ପ୍ରକାର ପାର୍ବପର୍ବାଣି ଓ ଉତ୍ସବ ସବୁ ଦେଖିବାକୁ ମିଳିଥାଏ ଏଇ ଆମ ମାଲକାନଗିରି ମାଟିରେ /
ବଣ୍ଡା
ବଣ୍ଡା ଗର୍ଭବତୀନାରୀ ପ୍ରସବ ପର୍ଯ୍ୟନ୍ତ କର୍ମଚଞ୍ଚଳ ରହି ଗୃହ କୃତ୍ୟରେ ନିୟୋଜିତ ଥାଏ | ଏମାନେ ମଧ୍ୟ୍ୟ ଚନ୍ଦରଗ୍ରହଣ ଓସୂଯ୍ୟପରାଗରେ ଗର୍ଭବତୀନାରୀକୁ ଗୃହର ପଦାକୁ ବାହାର କରନ୍ତି ନାହିଁ | ଗର୍ଭସ୍ଥ ଶିଶୁ ବିକଳାଙ୍ଗ ହେବାର ଆଶଙ୍କା କରି, ବାସୀ ଖାଦ୍ୟ ପଦାର୍ଥ
ବଣ୍ଡା:
ବଣ୍ଡା ଗର୍ଭବତୀ ନାରୀ ସନ୍ତାନ ପ୍ରସବ ପର୍ଯ୍ୟନ୍ତ କର୍ମଚଞ୍ଚଳ ରହି ଗୃହ କୃତ୍ୟରେନିୟୋଜିତ ଥାଏ । ଏମାନେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗରେ
ଗର୍ଭବତୀନାରୀକୁ ଗୃହର ପଦାକୁ ବାହାର କରନ୍ତି ନାହିଁ । ଗର୍ଭସ୍ଥ ଶିଶୁ ବିକଳାଙ୍ଗହେବାର ଆଶଙ୍କା କରି ବାସୀ ଖାଦ୍ୟ ପଦାର୍ଥ, ଆମ୍ବିଳା ଦ୍ରବ୍ୟ ତଥାବାଇଗଣଭଳି ଗର୍ଭସ୍ଥ ଶିଶୁର ହାନୀକାରକ ଖାଦ୍ୟ ବଣ୍ଡା ଗର୍ଭବତୀ ନାରୀଭୋଜନ କରନ୍ତି ନାହିଁ । ଶିଶୁଜନ୍ମ ପରେ ବୟସ୍କା ନାରୀ ଦ୍ବାରା ଫୁଲ ନାଡ଼ରଚାରିପଟେ ଆଲୋକର ବତୀ ଦେଖାଇ ପରେ ନାଡ଼କୁ ମୁନିଆ ତୀର ଦ୍ଵାରାକାଟି ପତ୍ରରେ ଉଠାଇ ନେଇ ଘର ବାହାରେ ଗାତ ଖୋଳି ପୋତି ଦିଆଯାଏ ।
ଏହି 'ଫୁଲ ନାଡ଼ ଉପରେ ଅନ୍ୟ କାହାର ଦୃଷ୍ଟି ପଡ଼ିଲେ ଶିଶୁ ପାଇଁ ଅଶୁଭହୋଇଥିବାର ବିଶ୍ଵାସ ଏମାନଙ୍କ ରହିଛି । ଏମାନେ ମଧ୍ୟ ଶିଶୁର ଭୂମି ଉପରକୁ ମୁହଁ କରି ଜନ୍ମହେବାର ଘଟଣାକୁ ସୌଭାଗ୍ୟର ସଙ୍କେତ ବୋଲି ମତ ଦିଅନ୍ତି ।
ଏକୋଇଶଦିନ ବଣ୍ଡା ସଂପ୍ରଦାୟରେ ନାମକରଣ ଉତ୍ସବ ପାଳିତ ହୁଏ । ଏମାନେପୁନର୍ଜନ୍ମ ଉପରେ ଗଭୀର ବିଶ୍ୱାସ ରଖ୍ ସନ୍ତାନ ସନ୍ତତି ଜନ୍ମକୁ ପୂର୍ବପୁରୁଷଙ୍କପୁନର୍ବାର ଧରାବତରଣ ବୋଲି. ମନେ କରନ୍ତି । ନବଜାତ ଶିଶୁର ଶରୀରଆକୃତି ସହିତ ପୂର୍ବପୁରୁଷଙ୍କ ରୂପମିଳୁଥିବାର ଅନୁମାନ କରି ଶିଶୁକୁ ଉକ୍ତ
ବ୍ୟକ୍ତିଙ୍କ ନାମରେ ନାମିତ କରନ୍ତି । ଏମାନେ ଆତ୍ମା ଅବିନାଶୀ ବୋଲି ବିଶ୍ଵାସରଖୁଥିବାରୁ ପୁନର୍ଜନ୍ମ ପ୍ରତି ଗଭୀର ଆସ୍ଥାବାନ ହୋଇଥାନ୍ତି । ନାମକରଣପ୍ରକ୍ରିୟାରେ ଏମାନେ ସାତଟି ବାରର ନାମକୁ ଦୃଷ୍ଟିରେ ରଖ୍ ଶିଶୁ ସନ୍ତାନରନାମ ଦେଇଥାନ୍ତି । ଯଥା:- ମଙ୍ଗଳବାର ନାମରେ ମଙ୍ଗଳୁ, ମଙ୍ଗଳା, ମୋଗଲା,ମଙ୍ଗଳୀ, ମଙ୍ଗଳବାରୀ ଇତ୍ୟାଦି, ତେବେ ଦେବଦେବୀଙ୍କ ନାମାନୁସାରେ ମଧ୍ୟଏମାନେ ନାମକରଣ କରିଥାନ୍ତି ।
ଗଦବା:
ଗଦବା ଗର୍ଭବତୀ ନାରୀମାନେ ସାଧାରଣତଃ କର୍ମଚଞ୍ଚଳ ହୋଇଥିବାରୁ ସନ୍ତାନଜନ୍ମ ହେବା ପର୍ଯ୍ୟନ୍ତ ନିଜନିଜର ପାରିବାରିକ କାମଧନ୍ଦାରେ ବ୍ୟସ୍ତ ରହିଥାନ୍ତି ।
ତେବେ ଚନ୍ଦ୍ରଗ୍ରହଣ ବା ସୂର୍ଯ୍ୟପରାଗ ସମୟରେ ଏମାନଙ୍କୁ ଗୃହରୁ ବାହାରକୁଯିବାପାଇଁ ବାରଣ କରାଯାଇଥାଏ । ସ୍ୱାସ୍ଥ୍ୟହାନୀ ଘଟିବା ଭୟରେ ଗର୍ଭବତୀନାରୀକୁ ବାସୀ ଖାଦ୍ୟ ଖାଇବାକୁ ଦିଆଯାଏ ନାହିଁ । ଶିଶୁ ଜନ୍ମ ହେଲାପରେସହାୟତା କରୁଥିବା ବୟସ୍କାନାରୀ ଫୁଲନାଡ଼କୁ ପତ୍ରରେ ଉଠାଇ ଘର ବାହାରେ
ଗାତଖୋଳି ପୋତି ଦେଇଥାନ୍ତି । ଏହା ଅନ୍ୟ କାହାର ଦୃଷ୍ଟିରେ ପଡ଼ିଲେ
ନବଜାତ ସନ୍ତାନର ଅମଙ୍ଗଳ ହେବାର ବିଶ୍ଵାସ ଏମାନଙ୍କ ରହିଛି । ଜନ୍ମସମୟରେ ଶିଶୁ ଉପରକୁ ମୁହଁ କରି ଜନ୍ମନେଲେ ସୌଭାଗ୍ୟବନ୍ତ ହୋଇଥାଏବୋଲି ଗଦବାମାନଙ୍କ ବିଶ୍ବାସ ରହିଛି ।
ପରଜା:
ପରଜା ଗର୍ଭବତୀ ନାରୀ ଏ ସମୟରେ ସ୍ବାଭାବିକ ଭାବରେ କୌଣସି କାର୍ଯ୍ୟରେନିୟୋଜିତ ହୋଇ ନଥାଏ । ଏମାନେ ମଧ୍ୟ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗସମୟରେ ଗର୍ଭବତୀନାରୀକୁ ଗୃହ ବାହାରକୁ ଛାଡ଼ନ୍ତି ନାହିଁ । ଜନ୍ମିତପିଲାଦେହରେ କୌଣସି ଖୁଣ (ଅଶୁଭ) ରହିଯିବାର ଆଶଙ୍କା ପରଜାମାନଙ୍କଥିବାରୁ ଏମାନେ ଏହି ଦିନରେ ଗର୍ଭବତୀ ନାରୀକୁ ପଦାକୁ ଯିବାକୁ ବାରଣକରିଥା’ନ୍ତି । ସନ୍ତାନ ଜନ୍ମର ନଅଦିନ ପର୍ଯ୍ୟନ୍ତ ମାଆକୁ ଭୂମିଶଯ୍ୟାରେଶୋଇବାକୁ ପଡ଼େ । ଏକୋଇଶ ଦିନ ଦିଶାରୀ ସନ୍ତାନର ନାମକରଣ କରିଥାଏ ।
କୌଣସି ସ୍ତ୍ରୀର ବାରମ୍ବାର ସନ୍ତାନର ମୃତ୍ୟୁ ଘଟିଲେ ଏମାନେ ମାନସିକ ରଖୁଡୁମାଦେବତାଙ୍କୁ ପୂଜାକରି ସୁଫଳ ପାଇଥିବାର ବିଶ୍ଵାସ ରହିଛି ।
ଡିଡାୟୀ:
ଡିଡାୟୀ ଗର୍ଭବତୀନାରୀମାନେ ସାଧାରଣ ଗୃହକାର୍ଯ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟକରିବାକୁ ମନା କରାଯାଇଥାଏ । ଏ ସମୟରେ ଘୁଷୁରୀ ମାଂସ, ପଣସ,କେନ୍ଦୁ ଖାଇବା ନିଷେଧ । ସନ୍ତାନ ଜନ୍ମର ୧୦ ଦିନ ପରେ ସୂତିକା କାର୍ଯ୍ୟକରାଯାଏ । ଏହି ଦିନରେ ଶିଶୁର ନାମକରଣ ମଧ୍ୟ ହୋଇଥାଏ । କାହାରିଅଶୁଭ ଦୃଷ୍ଟି ଶିଶୁ-ଉପରେ ନ ପଡ଼ିବା ପାଇଁ ଅଣ୍ଟାରେ କଳାସୂତା ଓ ହାତରେଲୁହାବଳା ପିନ୍ଧାଯାଇଥାଏ ।
କନ୍ଧ
କନ୍ଧ ଜାତିରେ ଗର୍ଭବତୀ ସ୍ତ୍ରୀ ସନ୍ତାନ ପ୍ରସବ ପାଇଁ ଗ୍ରାମର ବୟସ୍କା ସ୍ତ୍ରୀ
ଲୋକର ସାହାଯ୍ୟ ନେଇଥାଏ । ସନ୍ତାନ ଜନ୍ମପରେ ଏହି ସ୍ତ୍ରୀଲୋକଟି ନବଜାତଶିଶୁକୁ କନାରେ ପୋଛି ଜଡ଼ାତେଲରେ ତଳିପେଟକୁ ମାଲିସ୍ କରେ । ନାଭିଛେଦନ ମାଆର ସହାୟତାରେ କରାଯାଇଥାଏ । ଏସମୟରେ ଶିଶୁର ଡାହାଣକଂଘକୁ ତଳିପେଟରେ ଲଗାଇ ଡାହାଣପଟ ଆଣ୍ଠୁରେ ଦରପୋଡ଼ା କାଠରଅଙ୍ଗାର ରଖାଯାଇ ନାଭିର ନାଡ଼କୁ ତାଉପରେ ଚାପି ରଖାଯାଏ ଓ ଏକଧାରୁଆ ତୀରରେ ନାଭିକୁ କଟାଯାଏ । ଏହି କଟା ଅଂଶକୁ ଜଳାଇ ଦିଆଯାଏ ।ଜଡ଼ା ତେଲ ଓ ହଳଦୀ ଲଗାଇ ମାଆ ଓ ଶିଶୁକୁ ପରିଷ୍କାର ରଖାଯାଏ । ଜଡ଼ା
ତେଲ ଲଗାଇ ହାତରେ ନିଆଁର ଧାସରେ ଶିଶୁକୁ ସେକାଯାଏ । ଫଳରେନାଭିକଟା ଅଂଶଟି ଶୁଖ୍ରେ ଲାଗିଥାଏ । ଏହି ନାଭିକଟା ଅଂଶଟି ଶିଘ୍ରଶୁଝିବାପାଇଁ ଗୋଟିଏ ବୁଢ଼ୀଆଣିକୁ ନଡ଼ିଆ ସଡ଼େଇରେ ଭର୍ତ୍ତି କରିପୋଡ଼ିଦିଆଯାଏ । ପୋଡ଼ା ସଡ଼େଇର ପାଉଁଶକୁ ଜଡ଼ା ତେଲରେ ଗୋଳେଇମଲମ ତିଆରି କରାଯାଏ । ପ୍ରତିଦିନ କୁକୁଡ଼ା ପର ସାହାଯ୍ୟରେ ଏହି ମଲମକୁନାଭିକଟା ସ୍ଥାନରେ ଲେପ ଦିଆଯାଏ । ପୁନଶ୍ଚ ଏହି ମଲମକୁ କଡ଼ାତେଇସହିତ ଶିଶୁର ମୁଣ୍ଡବ୍ୟତୀତ ଶରୀରର ବିଭିନ୍ନ ଅଙ୍ଗରେ ମାଲିସ୍ କରାଯାଏ ।ଶିଶୁର ନାଭି ଶୁଖୁଲା ପରେ କନ୍ଧ ସ୍ଵାମୀ ସ୍ତ୍ରୀ ଶିଶୁକୁ ନେଇ ତା’ର ମାମୁଁଘରକୁ ଯାଇଥାନ୍ତି । ମାମୁଁ ଶିଶୁକୁ ଅଣ୍ଡା ଦେଉଥିବା ମାଈକୁକୁଡ଼ାଟିଏ ଭେଟିଦେଇଥାଏ । ଏହି କୁକୁଡ଼ା ଧରି ଏମାନେ ନିଜ ଘରକୁ ଫେରିଆସନ୍ତି । ମାମୁଁଘରୁ
ଆଣିଥିବା କୁକୁଡ଼ାର ମାଂସ ତରକାରୀ କରି ଖାଆନ୍ତି । ଏହି କୁକୁଡ଼ା ମାଂସଭକ୍ଷଣ ଦ୍ବାରା ଏମାନେ ଅଧିକ ସନ୍ତାନ ଜନ୍ମ କରିବାପାଇଁ ସକ୍ଷମ ହୋଇପାରିବେବୋଲି ବିଶ୍ଵାସ କରିଥାନ୍ତି । କନ୍ଧ ଜାତିରେ ଶିଶୁ ଜନ୍ମର ଏକୋଇଶ ଦିନରେ ନମକାରଣ ଉତ୍ସବ ପାଳିତ ହୁଏ |
ମାଟିଆ :-
ମାଟିଆ ସମ୍ପ୍ରଦାୟରେ ସନ୍ତାନ ଜନ୍ମ କରୁଥିବା ସ୍ତ୍ରୀ ବେଶ୍ ସଚେତନ ଥାଏପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ । ଏଣୁ ନିଜ ଜନ୍ମିତ ଶିଶୁର ନାଭିଛେଦନ ନିଜେ ହିଁକରିଥାଏ । ପ୍ରସ୍ତୁତି ଗୃହରେ ସନ୍ତାନ ଜନ୍ମ ପରେ ଶିଶୁର ଯାବତୀୟ ଯନ୍ନିଜେ ନେଇଥାଏ ଓ ନାଭିଚ୍ଛେଦନ କରି ଫୁଲନାଡ଼କୁ ଘରଠାରୁ କିଛି ଦୂରରେ
ଥିବା ସ୍ଥାନରେ ମାଟିଭିତରେ ପୋତି ଦେଇଥାଏ। ଏ କାର୍ଯ୍ୟ ଘରର ଅନ୍ୟବ୍ୟକ୍ତିମଧ୍ୟ ସମ୍ପନ୍ନ କରିବାରେ କୌଣସି ବାରଣ ନାହିଁ । କିନ୍ତୁ ନାଭିରୁ କଟାଯାଇଥିବାଫୁଲନାଡ଼ଟି ଯେତେଶିଘ୍ର ମାଟିରେ ମିଶିଯିବ, ଶିଶୁର ନାଭିମୂଳଟି ସେତେଶିଘ୍ର ଶୁଙ୍ଖାଯାଇଥାଏ ବୋଲି ମାଟିଆମାନେ ବିଶ୍ଵାସ କରନ୍ତି । ଯଦି ଶିଶୁର ଫୁଲନାଡ଼ଟି କୌଣସି ବିଲୁଆ, କୁକୁରର ଆହାର ପାଲଟିଯାଏ, ତେବେ ଶିଶୁଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହେବାର ବିଶ୍ଵାସ ମଧ୍ୟ ଏମାନଙ୍କର ରହିଛି ।
ସନ୍ତାନବତୀ ମାଆ ଶିଶୁ ଜନ୍ମର ଛଅଦିନ ପର୍ଯ୍ୟନ୍ତ ଅଶୌଚ
ଅବସ୍ଥାରେ ଥାଏ । ସପ୍ତମଦିନ ଉଭୟ ଶିଶୁ ଓ ମାଆ ସ୍ନାନାଦି କର୍ମ ପରେଶୌଚ ହୁଅନ୍ତି ଓ ପରିବାର ର ଅନ୍ୟମାନେ ମାଆକୁ ଛୁଇଁବାରେ ଅସୁବିଧାହୁଏ ନାହିଁ । ଶିଶୁର ନାମକରଣ ଏହି ଜାତିରେ ନିଜ ସୁବିଧାନୁସାରେ କରୁଥିବାର
ଦୃଷ୍ଟାନ୍ତ ରହିଛି ।
କୋୟା
ସ୍ବାମୀ ସ୍ତ୍ରୀଙ୍କ ସହବାସରେ ସ୍ତ୍ରୀର ଗର୍ଭଧାରଣ ପ୍ରକ୍ରିୟାକୁ କୋୟାମାନେ ବିଶ୍ବାସକରନ୍ତି ନାହିଁ । ସ୍ତ୍ରୀର ଗର୍ଭଧାରଣକୁ ଭଗବାନ ସ୍ତ୍ରୀ ପେଟରେ ଛୁଆ ସ୍ଥାପନକରିଥିବାରେ ଏମାନେ ବିଶ୍ୱାସୀ । କୋରା ଗର୍ଭବତୀ ନାରୀ ଶିଶୁ ଜନ୍ମ ପର୍ଯ୍ୟନ୍ତ
ସମସ୍ତ କାର୍ଯ୍ୟ ସମ୍ପାଦନ କରିଚାଲିଥାଏ । ସନ୍ତାନ ପ୍ରସବ ପରେ ଛଅ ଦିନପର୍ଯ୍ୟନ୍ତ ଏହି ନାରୀଙ୍କୁ ଅଲଗା ରଖାଯାଏ । ଶିଶୁର ନାମକରଣ ଦିନ କପଡ଼ାଉପରେ ଶିଶୁକୁ ଶୁଆଇ ହାତରେ କିଛି ଚାଉଳ ରଖୁଦିଆଯାଏ । ଗୃହରନୟସ୍କ ବ୍ୟକ୍ତି ବିଭିନ୍ନ ନାମ ଉଚ୍ଚାରଣ କରୁଥାନ୍ତି । ଯେଉଁ ନାମ ଉଚ୍ଚାରଣସମୟରେ ଶିଶୁଟି ହାତକୁ ହଲାଇ ଚାଉଳକୁ ଫିଙ୍ଗିଦିଏ, ଶିଶୁକୁ ସେହି ନାମରେ
ନାମିତ କରାଯାଏ । ଏହି ପରମ୍ପରା ଦ୍ବାରା କୋୟା ସମ୍ପ୍ରଦାୟରେ ନାମକରଣରେ
ବହୁଲୋକଙ୍କ ସମାନ ନାମଥୁବାର ଦେଖାଯାଏ । ତେବେ ଏମାନେ ପିତୃପୁରୁଷଙ୍କପୁନର୍ଜନ୍ମ ପ୍ରତି ଗଭୀର ବିଶ୍ବାସୀ ।
ଭତରା:
ଭତରା ପ୍ରସୂତିନାରୀ ଶିଶୁଜନ୍ମର ୯ଦିନ ପର୍ଯ୍ୟନ୍ତ ଅଲଗା ରହେ । ପ୍ରଥମତିନିଦିନ କଷା ପାଣି ପିଇ ରହିଥାଏ । ତାପରେ ଚାଉଳ ଚୂନା, ରାଶିଚୂନା,ଗୁଡ଼ ସହିତ ମିଶାଇ ଖାଇବାକୁ ଦିଆଯାଏ । ଜଙ୍ଗଲରୁ ସଂଗୃହୀତ ଏକ ଚେରକୁ
କୋଳଥ ପାଣିରେ ସିଝାଇ ଓ ଛାଣି ରଖାଯାଏ । ଉକ୍ତ ପାଣିକୁ ଜଡ଼ାତେଲରେଛୁଙ୍କଦେଇ ମାଆକୁ ପିଇବାକୁ ଦିଆଯାଏ । ୧୦ ଦିନରେ ନାମକରଣ ଉତ୍ସବବନ୍ଧୁବାନ୍ଧବଙ୍କ ଗହଣରେ ପାଳିତ ହୋଇଥାଏ ।
Thank ୟୁ
ReplyDelete